ଓଡିଶା

ବେଗୁନିଆପଡା ବ୍ଲକରେ ମଣ୍ଡିର ଶୁଭାରମ୍ଭ

ଗଞ୍ଜାମ/ ହରପ୍ରସାଦ ବିଶୋୟୀ: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ମଙ୍ଗଳବାର ଦିନ ଧାନ କିଣା ପାଇଁ ମଣ୍ଡିର ଶୁଭାରମ୍ଭ ହୋଇଛି । କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି । ପ୍ରଥମେ ସୁମଣ୍ଡଳ ଠାରେ ଶ୍ରୀ ଜଗତେସ୍ଵର ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଧାନ କ୍ରୟ ପାଇଁ ସ୍ବୀକୃତି ମିଳିଥିବା ବେଳେ ବେଗୁନିଆପଡା ସେବା ସମବାୟ ସମିତି ମାଧ୍ୟମରେ ଧାନ କ୍ରୟ ପାଇଁ ସ୍ୱୀକୃତି ମିଳିଥୁବାରୁ ଆଜି ଏମାନଙ୍କ ତତ୍ତ୍ୱବଧାନରେ ଅୟୋଜିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ସୁଶ୍ରୀ ପ୍ରଜ୍ଞା ପ୍ରିୟଦର୍ଶୀନୀ, ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ଏମ ଆଇ ସି ଜୀବନ ପଟ୍ଟନାୟକ ଯୋଗାଣ ଅଧିକାରୀ ଧିରେନ ସାହୁ ପ୍ରମୁଖ ସ୍ଥାନୀୟ ପ୍ରତିନିଧି ଓ ଅଧିକାରୀ ଉପସ୍ଥିତ ଥିଲେ ।

 

Related posts

ବିଜୁ ପକ୍କା ଘର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କଲେ ମନ୍ତ୍ରୀ

mahabharatanews

ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

mahabharatanews

ସ୍କ୍ରବ୍ ଟାଇଫସ ଆତଙ୍କ; ସୁନ୍ଦରଗଡ଼ରୁ ପୁଣି ୭ ଚିହ୍ନଟ

mahabharatanews