ଓଡିଶା

ବ୍ଲକ କାର୍ଯ୍ୟାଳୟ  ସ୍ଥାନାନ୍ତର ପ୍ରତିବାଦରେ ବିକ୍ଷୋଭ

ଗୋପ/ ଜୟନ୍ତ ସେଠୀ: ବ୍ଲକ କାର୍ଯ୍ୟାଳୟ ଅନ୍ୟ ଏକ ଜାଗାକୁ ସ୍ଥାନାନ୍ତର ପ୍ରତିବାଦରେ ଧାରଣା ଓ ବିକ୍ଷୋଭ । ବିଜୁଜନତା ଦଳ ପକ୍ଷରୁ ହଜାର ହଜାର ସଂଖ୍ୟାରେ କର୍ମକର୍ତ୍ତା ଏହି ଗଣ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ପୁରୀ ଜିଲ୍ଲା କଣାସ ବ୍ଲକ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରିବା ପ୍ରତିବାଦରେ ହଜାର ହଜାର କଣାସ ଅଞ୍ଚଳର ଜନସାଧାରଣ ଏକ ଶୋଭାଯାତ୍ରା ବାହାରି କଣାସ ବ୍ଲକ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ତତ୍ୱାବଧାନରେ ଏହି ଶୋଭାଯାତ୍ରା ବାହାରିଛି । ବ୍ଲକ ସ୍ଥାନାନ୍ତରକୁ ସମର୍ଥନ କରି ଦୁଇ ଦିନ ପୂର୍ବରୁ କଣାସ ନାଗରିକ ମଞ୍ଚ ତରଫରୁ ହଜାର ହଜାର ଲୋକ ବିରୋଧ କରି ବ୍ଲକ ଆଗରେ କରିଥିଲେ ବିରୋଧ । ଅନ୍ୟ ପଟେ କଣାସ ନାଗରିକ ମଞ୍ଚର ବ୍ଲକ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ବିରୋଧ କରି କଣାସ ଅଞ୍ଚଳର ବଜାର ଘାଟ ବନ୍ଦ କରିଛି । ଏପଟେ ପୋଲିସି ସୁରକ୍ଷା ଦୃଷ୍ଟିରୁ ୩ ପ୍ଲାଟୁ ପୋଲିସ ଫୋର୍ସ ,୨ ଜଣ ଥାନା ଆଇ ଆଇ ସି, ୩ ଜଣ ସିନିୟର ଅଫିସର, ୨ ଜଣ ଏସ୍ଡିପିଓ ଜଣେ ଆଡ଼ିସିନାଲ ଏସ୍ପି ସମେତ ଗୁଇନ୍ଦା ବିଭାଗର ରହିଛି କଣାସ ଉପରେ କଡା ନଜର । ସେପଟେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବା ବେଳେ କରୋନା ତୃତୀୟ ଲହରୀ ରେ ଓମିକ୍ରନ କାୟା ବିସ୍ତାର କରିଥିବା ବେଳେ କଣାସ ବ୍ଲକ୍ ସ୍ଥାନାନ୍ତରିତ ପ୍ରତିବାଦରେ ହଜାର ହଜାର ସଂଖ୍ୟାରେ ଏକାଠି ହେବା ନେଇ ସଂକ୍ରମଣ ବ୍ୟାପିବାରେ ଆଶଙ୍କା ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

 

Related posts

ତୀର୍ଥଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 

mahabharatanews

ମଧ୍ୟାନ ଧୂପ ପରେ ଶ୍ରୀଜଗନ୍ନାଥଙ୍କ ଗଜଉଦ୍ଧାରଣ ବେଶ

mahabharatanews

କୋଭିଡ଼୍ କେଆର୍ କେନ୍ଦ୍ର ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଓଡିଶା ପଜିଟିଭ୍ ପକ୍ଷରୁ ନିବେଦନ

mahabharatanews