ଓଡିଶା

କୋଭିଡ଼୍ କେଆର୍ କେନ୍ଦ୍ର ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଓଡିଶା ପଜିଟିଭ୍ ପକ୍ଷରୁ ନିବେଦନ

ଭୁବନେଶ୍ବର: ଓଡ଼ିଶା ସରକାର ରାଜ୍ୟର ସମସ୍ତ କୋଭିଡ୍ କେଆର୍ କେନ୍ଦ୍ର ଅସ୍ଥାୟୀ ମେଡିକାଲ କେନ୍ଦ୍ରମାନ ବନ୍ଦ କରିବା ପାଇଁ ନେଇଥିବା ନିଷ୍ପତ୍ତିର ପୁନର୍ବିଚାର ପାଇଁ ଆନ୍ତର୍ଜାତିକ ପ୍ରବାସୀ ଓଡିଆ ସଂଗଠନ ଓଡିଶା ପଜିଟିଭ୍ ପକ୍ଷରୁ ନିବେଦନ କରାଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ସଂଜୀବ କୁମାର ମହାନ୍ତି କହିଛନ୍ତି ଯେ ସର୍ବତ୍ର କୋଭିଡ଼ର ଭୟାବହତା ଜାରି ରହିଥିବା ବେଳେ ସରକାରଙ୍କ ଏ ପ୍ରକାର ନିଷ୍ପତ୍ତି ସାଧାରଣ ଜନତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ।
ଏହି ସୁବିଧାଗୁଡ଼ିକ ପୁନରାୟ ଚାଲୁ କରିବା ପାଇଁ ଅନୁରୋଧ କରି ଆଜି ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ ବର୍ତ୍ତମାନ ବିଶେଷତଃ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ କୋଭିଡ଼୍ ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ଆର୍ଥିକ ଅନାଟନ କାରଣରୁ ଅଧିକାଂଶ ଜନତା ଉପଯୁକ୍ତ ଚିକିତ୍ସା ପାଇବାରୁ ବଂଚିତ ହେଉଛନ୍ତି। କୋଭିଡ କେଆର୍ କେନ୍ଦ୍ରରେ ଚିକିତ୍ସିତ ହେବାକୁ ରୋଗୀଙ୍କ ଅଭାବ ଥିବା କଥା ଯାହା କୁହାଯାଉଛି ତାହାର ଉପଯୁକ୍ତ କାରଣ ଯାଂଚ କରିବାପାଇଁ ମଧ୍ୟ ଅନୁରୋଧ କରାଯାଇଛି। ଏ ଦୃଷ୍ଟିରୁ ରାଜ୍ୟ ସରକାର ନିଜ ନିଷ୍ପତ୍ତିର ପୁନର୍ବିଚାର କରିବା ନିତାନ୍ତ ଆବଶ୍ୟକ ବୋଲି ଅନୁଷ୍ଠାନ ମତ ଦେଇଛି।

Related posts

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଯୁବକଙ୍କ ପୁରୀରେ ଚାଲିଗଲା ଜୀବନ

mahabharatanews

ଅତାବିରା ଏନଏସି ନିର୍ବାଚନରେ ବିଜେଡିର ବିଜୟ : ୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ

mahabharatanews

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୁରିନାମର ସର୍ବୋଚ୍ଚ ନାଗରିକ ପୁରସ୍କାର

mahabharatanews