ଭାରତ

ବ୍ୟବସାୟୀଙ୍କ ଘରେ ଟଙ୍କାର ପାହାଡ଼ : ଇଡିର ଚଢ଼ଉ ପରେ ଜବତ ହେଲା ୭କୋଟି

କୋଲକାତା: କୋଲକାତାର ଗାର୍ଡେନରୀଚ ଅଞ୍ଚଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶନିବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ କରିଛନ୍ତି । ଗେମିଂ ଆପରେ ପ୍ରଥମେ ଲାଭ ଦେଇ ପରେ ଲୋକଙ୍କୁ ଠକୁଥିଲେ ବ୍ୟବସାୟୀ। ଇଡିର ଚଢ଼ଉ ପରେ ଜବତ ହେଲା ୭କୋଟି। ଏହା ସହ ନୋଟ୍ ଗଣିବା ପାଇଁ ୮ଟି ମେସିନର ବ୍ୟବହାର କରାଯାଇଛି । ଇଡି ଟିମ୍ କୋଲକାତାରେ ୬ ସ୍ଥାନରେ ରେଡ୍ କରିଛି ।

ବ୍ୟାଙ୍କ ଅଧିକାରୀଙ୍କ ସହ ଇଡି ଅଧିକାରୀଙ୍କ ଏକ ଟିମ୍ ଶନିବାର କୋଲକାତାର ଗାର୍ଡେନ୍ ରିଚ୍ ଅଞ୍ଚଳରେ ରହୁଥିବା ବ୍ୟବସାୟୀ ଆମୀର ଖାନଙ୍କ ଘର ଉପରେ ଚଢ଼ଉ କରି ୭କୋଟି ଟଙ୍କା ନଗଦ ଏବଂ ସମ୍ପତ୍ତି ଦସ୍ତାବିଜ ଜବତ କରିଥିବା ଜଣାପଡ଼ିଛି। ଏବେ ବି ଏହି ଚଢ଼ଉ ଚାଲିଥିବା ବେଳେ ଏହି ଅଞ୍ଚଳରେ କେନ୍ଦ୍ରୀୟ ବାହିନୀକୁ ନିୟୋଜିତ କରାଯାଇଛି। ଏହି ବ୍ୟକ୍ତି କିଛି ସମୟ ପୂର୍ବେ ଇନଗେଟସ୍ ନାମକ ଏକ ମୋବାଇଲ ଗେମିଂ ଆପ୍ଲିକେସନ ଲଞ୍ଚ କରିଥିଲେ । ଏହାକୁ ଲୋକଙ୍କୁ ଧୋକା ଦେବା ଉଦ୍ଦେଶ୍ୟରେ ଡିଜାଇନ୍ କରାଯାଇଥିଲା । ଏହାଦ୍ୱାରା ପ୍ରଥମେ ବ୍ୟବହାରୀଙ୍କ ବିଶ୍ୱାସ ଭାଜନ କରାଯାଇଥିଲା ଏବଂ ପରେ ଲୋକମାନେ ଆପ୍ ମାଧ୍ୟମରେ ବଡ଼ ମାତ୍ରାରେ ନିବେଶ କରିବା ଆରମ୍ଭ କରିଦେଇଥିଲେ । ଅର୍ଥାତ ଏହି ଗେମିଂ ଆପରେ ପ୍ରଥମେ ଲୋକମାନଙ୍କୁ ପୁରସ୍କାର ଆକାରରେ କମିଶନ ଦିଆଯାଇ ପ୍ରଲୋଭିତ କରାଯାଇଥିଲା।

ଏହା ପରେ ଲୋକମାନଙ୍କୁ ଏହି ଆପ ପ୍ରତି ଅଧିକ ଆକର୍ଷିତ ହୋଇଥିଲେ। ଟଙ୍କା ମିଳୁଥିବା ଦେଖି ଲୋକମାନେ ଅଧିକ କମିଶନ ପାଇବା ପାଇଁ ବିପୁଳ ପରିମାଣର ଅର୍ଥ ବିନିଯୋଗ କରିବା ଆରମ୍ଭ କରିଥିଲେ। ଏହା ପରେ ଆପ୍ ସଞ୍ଚାଳକ ଲୋକଙ୍କୁ ଠକିବା ଆରମ୍ଭ କରିଥିଲେ। ଲୋକଙ୍କ ଠାରୁ ଟଙ୍କା ହଡ଼ପ କରିବା ପରେ ହଠାତ୍ ଏହି ଆପ୍ ଟଙ୍କା ୱିଡ୍ରଲ ବନ୍ଦ କରିଦେଇଥିଲା । ଏହାପରେ ଆପ୍ଲିକେସନ ପ୍ରୋଫାଇଲ ସହ ପୂରା ଡାଟା ସର୍ଭରରୁ ହଟାଯାଇଥିଲା । ଏହାପରେ ଗ୍ରାହକଙ୍କୁ ପୂରା ଖେଳ ଜଣାପଇଯାଇଥିଲା । ଆମିରଙ୍କ ବିରୋଧରେ କୋଲକାତା ପୋଲିସ୍ ଅଭିଯୋଗ ଆଧାରରେ ଆଇପିସି ଧାରା ୪୨୦, ୪୦୬, ୪୦୯, ୪୬୮, ୪୬୯, ୪୭୧, ୩୪ ଅନୂଯାୟୀ ମାମଲା ରୁଜୁ ହୋଇଥିଲା ।

Related posts

ବଙ୍ଗଳା ଖାଲି କରିବେ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢା

mahabharatanews

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

mahabharatanews

ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଆଉ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ

mahabharatanews