ଓଡିଶା

ବ୍ୟାଟେରୀ ଫାଟି ୩ ନାବାଳକ ଗୁରତର

(ମହାଭାରତ, ହିଞ୍ଜିଳି): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସୋମପୁର ଗାଁରେ ଏକ ଅଘଟଣ ଘଟିଛି । ଏଠାରେ ଏକ ବ୍ୟାଟେରୀ ଫାଟି ୩ ଜଣ ନାବାଳକ ଗୁରତର ହୋଇଛନ୍ତି । ସେମାନଙ୍କ ବୟସ ୧୦ରୁ ୧୨ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡିଛି । ସେମାନଙ୍କୁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଗାଁର ଏକ ପରିତ୍ୟକ୍ତ ସ୍ଥାନରେ କିଛି ପିଲା ଖେଳୁଥିଲେ । ଏହି ସମୟରେ ଏଠାରୁ ଏକ ବ୍ୟାଟେରୀ ପାଇଥିଲେ । ବ୍ୟାଟେରୀ ସହ ଖେଳୁଥିବା ବେଳେ ଏହା ଅଚାନକ ଫାଟି ଯାଇଥିଲା । ଫଳରେ ୩ ଜଣ ନାବାଳକ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ପରେ ସେମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି । ତେବେ ଉକ୍ତ ନାବାଳକମାନଙ୍କ ଅବସ୍ଥା ଏବେ ବି ଗୁରତର ଥିବା ଜଣାପଡିଛି ।

Related posts

ହିନ୍ଦୋଳ NAC ଉପାଧ୍ୟକ୍ଷା ପଦବୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ

mahabharatanews

କୁଖ୍ୟାତ ମାଓ ନେତ୍ରୀ ମନିଲାଙ୍କ ସହ ଦୁଇ ମାଓବାଦୀ ମୃତ

mahabharatanews

ଜଗଦା ସ୍ଥିତ ଆଣ୍ଟି ନିର୍ମଳ ନର୍ସରୀ ସ୍କୁଲର ଗ୍ରୀଷ୍ମକାଳୀନ ଶିବିର

mahabharatanews