ଓଡିଶା

ବଡ଼ଦିନରେ ଉଦାହରଣ ସାଜିଲେ କରଣ

ନବରଙ୍ଗପୁର: ସାରା ବିଶ୍ୱ ଡିସେମ୍ବର ୨୫ ତାରିଖକୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଜୟନ୍ତୀ ବା ବଡ଼ ଦିନ ଭାବେ ପାଳନ କରୁଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ବେଶ ଧୁମଧାମରେ ପାଳନ କରାଯାଇଛି ଏହି ଦିନଟିକୁ । ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କାମତା ଗାଁରେ ମଧ୍ୟ ବଡ଼ଦିନର କେକ କାଟି ମହା ଅ ।ଡମ୍ବରରେ ବଡ଼ଦିନ ପର୍ବ ପାଳନ କରାଯାଇଛି । ତେବେ ବଡ଼ଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି କାମତା ଗ୍ରାମର କରଣ କଚିମ ନାମକ ଜଣେ ଯୁବକ । ଉକ୍ତ ଅଞ୍ଚଳର ଗରିବ, ଅସହାୟ, ବୃଦ୍ଧବୃଦ୍ଧା ଓ ବିଧବା ଲୋକମାନଙ୍କୁ ନୂଅ । ପୋଷାକ ବଣ୍ଟନ କରି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି କରଣ କଚିମ । ସେ ନିଜେ ଗରିବ ଶ୍ରେଣୀର ହେଇଥିଲେ ବି ତାଙ୍କ ହୃଦୟ ଧନୀର ପରିଚୟ ଦେଇଛନ୍ତି । ଅଗାମୀ ଦିନରେ ସମାଜରେ ଥିବା ଗରିବ ଓ ଅସହାୟ ଲୋକମାନଙ୍କ ସେବା କରିବା ସହ ସମାଜ ସେବା କରିବାରେ ମନ ବଳେଇବି ବୋଲି ମୁକ୍ତ କଣ୍ଠରେ କହିଛନ୍ତି କରନ । ସେ ଏହିଭଳି ଉଦାରବାଦୀ ଚିନ୍ତାଧାରା ପ୍ରଭୁଯୀଶୁ ଖ୍ରୀଷ୍ଟ ଙ୍କ ଅ ।ଶୀର୍ବାଦ ଓ ପିତାମାତାଙ୍କ ପ୍ରେରଣାରେ କରୁଥିବା ପ୍ରକାଶ କରିଛନ୍ତି । କରନଙ୍କ ବାପା ହେଉଛନ୍ତି ଜଣେ ସାଧାରଣ ·ଷୀ । କରନ ପିଲାଟି ଦିନରୁ ଦୁଃଖ କଷ୍ଟ ରେ ପାଠ ପଢ଼ି ଏବେ ଭୁବନେଶ୍ୱର ର ଏକ ଘରୋଇ କମ୍ପାନୀରେ କାମ କରୁଛନ୍ତି । ସେ ତାଙ୍କ ଦରମାରୁ ଗରିବ ଲୋକ ମାନଙ୍କୁ ସାହାଯ୍ୟ କରୁଥିବା ପ୍ରକାଶ କରିଛନ୍ତି । ଲୋକମାନେ କରନଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ଭୁରି ଭୁରି ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ।

Related posts

ଆଜି ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

mahabharatanews

ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର, ଗାଈଗୋରୁ ଜୀବନ୍ତ ଦଗ୍ଧ

mahabharatanews

 ଶ୍ରୀମନ୍ଦିରରେ ମୁଖ୍ୟମନ୍ତ୍ରୀଙ୍କ ଆଖି ଛଳ ଛଳ 

mahabharatanews