ମନୋରଞ୍ଜନ

ଭଗବାନ ରାମଙ୍କ ପରେ  ବିଟ୍ଠଲଙ୍କ ଭୂମିକାରେ ନଜର ଆସିବେ ଅରୁଣ ଗୋଭିଲ

(ମୁମ୍ବାଇ) : ରାମାୟଣର ପ୍ରସାରଣକୁ ଅନେକ ବର୍ଷ ବିତିଥି‌ଲେ ମଧ୍ୟ ଏବେ ବି ଲୋକମାନଙ୍କ ମଧ୍ୟରେ ଏହାକୁ ଦେଖିବାର ଉତ୍ସାହ ରହିଛି। ଏହି ସୋ’ରେ ଅରୁଣ ଗୋବିଲ ପ୍ରଭୁ ରାମ ଏବଂ ଦୀପିକା ଚିଖଲିଆ ମାତା ସୀତାଙ୍କ ଭୂମିକାରେ ଅଭିନୟ କରିଥିଲେ। କରୋନା ସମୟରେ ପୁଣି ଥରେ ଏହାର ପ୍ରସାରଣ କରାଯାଇଥିଲା  । ପୁଣି ଭଗବାନଙ୍କ ଆଉ ଏକ ଅବତାରରେ ନଜର ଆସିବାକୁ ଯାଉଛନ୍ତି। ଅରୁଣ ଗୋଭିଲ ବର୍ତ୍ତମାନ ଆଦିତ୍ୟ ଓମଙ୍କ ଚଳଚ୍ଚିତ୍ର ସନ୍ଥ ତୁକାରାମରେ ପ୍ରଭୁ ବିଟ୍ଠଲଙ୍କ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ତାଙ୍କ ସହ ମୁଖ୍ୟ ଭୂମିକାରେ ମରାଠୀ ଚଳଚ୍ଚିତ୍ର ଅଭିନେତା ସୁବୋଧ ନଜର ଆସିବେ। ସେ ସନ୍ଥ ତୁକାରାମଙ୍କ ଚରିତ୍ରରେ ଅଭିନୟ କରିବେ।

 

ଅରୁଣ ଗୋଭିଲ ତାଙ୍କ ଭୂମିକା ବିଷୟରେ ଜଣାଇ କହିଛନ୍ତି ଯେ, ମୁଁ ଏଥିରେ ସ୍ବତନ୍ତ୍ର ଭୂମିକାରେ ନଜର ଆସିବି। ମୁଁ ଏହି ଚରିତ୍ରରେ ଅଭିନୟ କରେ ବୋଲି ନିର୍ଦ୍ଦେଶକ ଚାହୁଁଥିଲେ। ଅନେକ ଲୋକ ପୌରାଣିକ ଚଳଚ୍ଚିତ୍ର ନେଇ ମୋ ପାଖକୁ ଆସନ୍ତି। ହେଲେ ମୁଁ ସେମାନଙ୍କୁ ହଁ କହେ ନାହିଁ। କିନ୍ତୁ ମୁଁ ସନ୍ଥ ତୁକାରାମଙ୍କ ପାଇଁ ଏହା କରୁଛି।

 

 

Related posts

ରେକର୍ଡ କଲା ‘ଗଦର-୨’, ୨୪ ଦିନରେ ୫୦୦ କୋଟି ଆୟ 

mahabharatanews

ବଲିଉଡକୁ ଘାରିଛି ତମାଖୁ ବିଜ୍ଞାପନ ନିଶା  

mahabharatanews

ଡାକ୍ତରଖାନାରେ ଶାହାରୁଖ ଖାନ

mahabharatanews