Uncategorized

ଭାବମୂର୍ତ୍ତି ସୁଧାରୁଛନ୍ତି ମୌଲାନା ସାଦ

ନୂଆଦିଲ୍ଲୀ: ତବଲିଗି ଜମାତ ମୁଖ୍ୟ ମୌଲାନା ସାଦ ବର୍ତ୍ତମାନ ନିଜର ଛବି ସୁଧାରିବାକୁ ଚେଷ୍ଟା କରୁଛନ୍ତି । ଜମାତିଙ୍କୁ ସେ ଚିଠି ଲେଖି ସଂକ୍ରମଣରୁ ସୁସ୍ଥ ହୋଇଯାଇଥିବା ଜମାତି ତଥା ମୁସଲମାନଙ୍କୁ ଅନ୍ୟ ଲୋକଙ୍କୁ ପ୍ଲାଜମା ଦାନ କରି କରୋନା ସଂକ୍ରମିତଙ୍କ ଚିକିତ୍ସାରେ ସହଯୋଗ କରିବାକୁ କହିଛନ୍ତି ।

ମଙ୍ଗଳବାର ଦିନ ଜାରି କରିଥିବା ଏକ ଚିଠିରେ ମୌଲାନା ସାଦ କହିଥିଲେ ଯେ ସେ ଓ ଜମାତର ଅନ୍ୟ ସଦସ୍ୟମାନେ ନିଜକୁ କ୍ୱାରେଣ୍ଟାଇନରେ ରଖିଛନ୍ତି । ମୌଲାନା ସାଦଙ୍କ ଏହି ଚିଠି ବିଧାୟକ ଅମାନ୍ତୁଲ୍ଲା ଖାଁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ । ସାଦ କହିଛନ୍ତି ଯେ, ନିଜେ କ୍ୱାରେଣ୍ଟାଇନରେ ଥିଲେ ଓ କ୍ୱାରେଣ୍ଟାଇନରେ ଥିବା ଅଧିକାଂଶ ସଦସ୍ୟମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ଦେଖା ଦେଇନାହିଁ । ଯେଉଁମାନେ ସଂକ୍ରମିତ ହୋଇଛନ୍ତି ସେମାନେ ଚିକିତ୍ସିତ ହେଉଛନ୍ତି । ଅଧିକାଂଶ ସୁସ୍ଥ ହୋଇସାରିଛନ୍ତି ।

ସାଦ କହିଛନ୍ତି ଯେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ସଂକ୍ରମିତଙ୍କୁ ବ୍ଲଡ଼ ପ୍ଲାଜମା ଦେଇ ତାଙ୍କ ଚିକିତ୍ସା ପାଇଁ ସାହାଯ୍ୟ କରିବା ଉଚିତ । ସାଦ ନିଜ ଅନୁଗାମୀଙ୍କୁ ଅପିଲ କରିଥିଲେ ରମଜାନ ସମୟରେ ସେମାନେ ନିଜ ନିଜ ଘରେ ରହି ନମାଜ ପଢନ୍ତୁ ।

Related posts

ନିତିଶଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷଙ୍କ ପ୍ରଶଂସା

mahabharatanews

ଯବାନଙ୍କ ଗୁଳିମାଡରେ ଖସିଲା ପାକରେ ଡ୍ରୋନ

mahabharatanews

ଅଯୋଧ୍ୟା ରାମ ମନ୍ଦିର ପୂଜକ, ପୁଲିସ କର୍ମୀ କରୋନା ସଂକ୍ରମିତ

mahabharatanews

Leave a Comment