Uncategorized

ଭାରତରୁ ନିଜ ନାଗରିକଙ୍କ ଉଦ୍ଧାର କରୁଛି ବ୍ରିଟେନ

ନୂଆଦିଲ୍ଲୀ: ଭାରତରେ ଫସିଥିବା ବ୍ରିଟିଶ ନାଗରିକମାନଙ୍କୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବ୍ରିଟେନ ସରକାର । ବ୍ରିଟିଶ ଏୟାରୱେଜ ପକ୍ଷରୁ ବିମାନ ସେବା ଆରମ୍ଭ ହୋଇଛି । ୧୩ ଏପ୍ରିଲରୁ ଏହି ସେବା ଆରମ୍ଭ ହୋଇଥିବାବେଳେ ଏହା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ବ୍ରିଟିଶ ଏୟାରୱେଜ ପକ୍ଷରୁ ଏକ ପ୍ରେସ ବିବୃତିରେ କୁହାଯାଇଛି, ଭାରତରେ ୧୧ ବିମାନ ବନ୍ଦରରୁ ୨ ସପ୍ତାହରେ ସ୍ୱତନ୍ତ୍ର ଉଡ଼ାଣ ଜାରି ରହିବ । ଏହି ସ୍ୱତନ୍ତ୍ର ବିମାନ ସେବା ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ଚେନ୍ନାଇ, ଗୋଆ, ଅମୃତସର, କଲକାତା, ଅହମଦାବାଦ, କୋଚି ଏବଂ ଥିରୁଭାନନ୍ତପୂରମରୁ ଉଡ଼ାଣ ଜାରି ରହିଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ୟୁଏଇ ନିଜ ଦେଶର ନାଗରିକମାନଙ୍କୁ ଭାରତରୁ ନେଇଯିବ ବୋଲି ଘୋଷଣା କରିଥିଲା । ଏଥିପାଇଁ ସ୍ୱତନ୍ତ୍ର ବିମାନ ଉଡ଼ାଣ ପରି·ଳନା କରାଯିବ । ଭାରତରେ କରୋନା ଭୂତାଣୁକୁ ରୋକିବା ଲାଗି ମାର୍ଚ୍ଚ ୨୪ ମଧ୍ୟରାତ୍ରିରୁ ଦେଶବ୍ୟାପୀ ଲକଡାଉନ ଘୋଷଣା କରାଯାଇଛି । ବିମାନ ସେବା ବନ୍ଦ ରହିଛି । ଫଳରେ ବହୁ ବିଦେଶୀ ନାଗରିକ ଭାରତରେ ରହିଯାଇଛନ୍ତି ।

Related posts

ମୋଦିଙ୍କ ହେଲ୍ଥ ଟିପ୍ସ: କାଢା ବଢାଇବ ରୋଗ ପ୍ରତିରୋଧକ ଶକ୍ତି

mahabharatanews

କରୋନାରେ ବିହାର ମୁଖ୍ୟମନ୍ତ୍ରୀଙ୍କ ଝିଆରୀ ପୀଡିତ

mahabharatanews

ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ

mahabharatanews