Uncategorized

ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ରାଜନେତାଙ୍କ ଖେଳ

ଭୁବନେଶ୍ୱର: ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ବା ରଥଯାତ୍ରା ହେବ ନାହିଁ ବୋଲି ୧୮ ତାରିଖରେ ଭାରତର ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେବା ପରେ ୪ କୋଟି ଓଡିଆ ଓ ଜଗନ୍ନାଥ ପ୍ରେମୀଙ୍କୁ ମାନସିକସ୍ତରରେ ଗଭୀର ଆଘାତ ଲାଗିଛି । ବର୍ଷରେ ଥରେ ମହାପ୍ରଭୁ ମନ୍ଦିରରୁ ସାଧାରଣ ଜନତା ପାଇଁ ବଡ ଦାଣ୍ଡକୁ ଆସନ୍ତି । ଏହି ସମୟରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ଅନୁମତି ରହିଛି । କିନ୍ତୁ ମହାମାରୀ କରୋନାର ଭୟାବହତାକୁ ନେଇ ଚଳିତ ବର୍ଷ ରଥଯାତ୍ରା ହେବ ନାହିଁ । ଏଥିନେଇ କୋଟିକୋଟି ଜଗନ୍ନାଥ ପ୍ରେମୀ ହତାଶ, କ୍ରୋଧିତ । ସମସ୍ତଙ୍କ ଗୋଟିଏ ଇଛା ପୁରୀକୁ ଭକ୍ତ ଯାଇ ଜଗନ୍ନାଥଙ୍କ ଦର୍ଶନ ପଛେ ନ କରୁ କିନ୍ତୁ ମହାପ୍ରଭୁ ବଡଦାଣ୍ଡକୁ ଆସନ୍ତୁ, ରଥକୁ ବିଜେ କରନ୍ତୁ, ମାଉସୀ ମା’ ମନ୍ଦିରକୁ ନବ ଦିନ ଯାତ୍ରା କରନ୍ତୁ । କିନ୍ତୁ ମହାପ୍ରଭୁଙ୍କ ରଥକୁ ନେଇ ରାଜନୀତି ଜୋର ଧରିଛି । ଜଗନ୍ନାଥ ତଥା ଭକ୍ତଙ୍କ ଭାବାବେଗକୁ ନିଆଁ କରି ରାଜନେତା ସେମାନଙ୍କ ରାଜନୀତିର ରୁଟି ସେକିବାକୁ ପଛାଉନାହାନ୍ତି । ବହୁରୂପି ଏଣ୍ଡୁଅ ପରି ବଦଳାଉଛନ୍ତି ସେମାନଙ୍କ ରୂପ ।
ବିଜେଡି ବା ରାଜ୍ୟ ସରକାର ନିଜ ଦେଶରେ ନିଜ ଗରିମା, ସୁଶାସନକୁ ବଳବତ୍ତର ରଖିବାକୁ ଚଳିତ ବର୍ଷ କରୋନା ମହାମ।।ରୀ ମଧ୍ୟରେ ରଥ ନ କରିବାକୁ ନେଇ ଦାୟର ହୋଇଥିବା ମାମଲାର ଶୁଣାଣି ସୁପ୍ରିମ କୋର୍ଟରେ ଚାଲିଥିବା ବେଳେ ରାଜ୍ୟ ସରକାର ଖେଳ ଖେଳିଲେ । ରାଜ୍ୟ ସରକାରଙ୍କ ଓକିଲ ହରିଶ ସାଲଭେ କୋର୍ଟଙ୍କୁ ଜଣାଇଲେ ରଥ ହେଲେ ବଡଦାଣ୍ଡରେ ୧୦ରୁ ୧୨ ଲକ୍ଷ ଲୋକଙ୍କ ସମାଗମ ହେବ । କୋର୍ଟରେ ଯୁକ୍ତି ଉପସ୍ଥାପନ ବେଳେ ଅନୁଭୂତ ହେଉଥିବା ରଥ ନ କରିବାକୁ ଦୁଇ ପକ୍ଷ କୋର୍ଟରେ ଉପସ୍ଥିତ । ଯାଚିକା କର୍ତ୍ତା ଓ ସରକାର ଉଭୟଙ୍କ ଯୁକ୍ତି ରଥ ନ କରାଇବା ପକ୍ଷରେ ଯାଉଥିଲା । ଏହା ପରେ କୋର୍ଟ ରଥଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହା ପରେ ବିଜେପି ରାଜ୍ୟ ସଭାପତି, କଂଗ୍ରେସ ସଭାପତିି, ଗଜପତି ମହାରାଜ ପ୍ରାରମ୍ଭିକ ଅବସ୍ଥାରେ ଏହାକୁ ମହାପ୍ରଭୁଙ୍କ ଇଛା ତଥା କରୋନା ମହାମାରୀ ମଧ୍ୟରେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ମାନିବାକୁ ଯୁକ୍ତି ବଢିଥିଲେ । କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୃଷ୍ଟି ହୋଇଥିଲା ଜନମତ । ଲୋକଙ୍କ ଜଗନ୍ନାଥ ସଂକୃତି ପ୍ରତି ଥିବା ନିଷ୍ଠା, ଏକାଗ୍ରତା, ଭକ୍ତି ଏହାକୁ ଗ୍ରହଣ ନ କରି ବିଷୋଦ୍ଗାର କରିଥିଲେ । ଏପରି କି କିଛି ବ୍ୟକ୍ତିବିଶେଷ ନିଜ ତରଫରୁ ସୁପ୍ରିମକୋର୍ଟରେ ପୁନର୍ବିଚାର ଯାଚିକା ଦାୟର କରିଥିଲେ । ଏପରି କି ଜଣେ ମୁସଲମାନ ସମ୍ପ୍ରଦାୟର ଯୁବକ ରଥ ସପକ୍ଷରେ ଯାଚିକା ଦାୟର କରିବା ପରେ ରାଜନୈତିକ ଦଳର ମତରେ ପରିବର୍ତ୍ତନ ଦେଖାଦେଇଥିଲା । ଉଭୟ ବିଜେପି ଓ କଂଗ୍ରେସ ରାଜ୍ୟସରକାରର ଅପାରଗତାକୁ ଦାୟୀ କରି ଲୋକଙ୍କ ଆଗରେ କୁମ୍ଭୀର କାନ୍ଦଣା ଆରମ୍ଭ କରିଦେଇଥିଲେ । ୧୭ଟି ଯାଚିକା ଦାୟର ପରେ ପୁରୀ ବିଧାୟକ ପ୍ରାର୍ଥୀ ହୋଇଥିବା ଜାତୀୟ ବିଜେପି ମୁଖପାତ୍ରଙ୍କ ତରଫରୁ ରଥ କରାଇବା ପାଇଁ ପୁନର୍ବିଚାର ଯାଚିକା ଦାୟର କଲେ ।
ରଥ ସପକ୍ଷରେ ବହୁଥିବା ହାୱାକୁ ଦେଖି ଶେଷରେ ରାଜ୍ୟ ସରକାର ମଧ୍ୟ ବାଧ୍ୟବାଧକତାରେ ଦାୟର କଲେ ପୁନର୍ବିଚାର ଯାଚିକା । ଏବେ ସବୁ କିଛି ସୁପ୍ରିମକୋର୍ଟଙ୍କ ଉପରେ ନିର୍ଭର କରୁଛି । ତେବେ ରାଜନେତାଙ୍କ ମହାପ୍ରଭୁ ଜଗନ୍ନାଥ ତଥା ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ରାଜନୀତି ଅତ୍ୟନ୍ତ ନିନ୍ଦନୀୟ ।

Related posts

ହଂକଂକୁ ଆସନ୍ତା ୭ରୁ ଏୟାର ଇଣ୍ଡିଆ ବିମାନ ବାତିଲ

mahabharatanews

ଘରେ ମାସ୍କ ପ୍ରସ୍ତୁତ କରି ପ୍ରେରଣା ପାଲଟିଲେ କେନ୍ଦ୍ର ମନ୍ତ୍ରୀଙ୍କ କନ୍ୟା, ପତ୍ନୀ

mahabharatanews

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ନୀଳାଚଳ ଷ୍ଟିଲ ପ୍ଲାଣ୍ଟରୁ ପ୍ରତ୍ୟାହାର ହେବ ପୁଞ୍ଜି

mahabharatanews