ଓଡିଶା

ଭିଜିଲାନ୍ସ ଜାଲରେ କୁଚିଣ୍ଡା ଏନଏଏସି କାର୍ଯ୍ୟନିର୍ବାହୀ ଅଧିକାରୀ

(ମହାଭାରତ, ଝାରସୁଗୁଡା): ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୁଚିଣ୍ଡା ଏନଏଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର ମହାପାତ୍ରଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢାଉ ହୋଇଛି । ଭିଜିଲାନ୍ସ ବିଭାଗର ୬ଟି ଟିମ୍ ଏକାସଙ୍ଗରେ ଏହି ଚଢାଉ କରିଛନ୍ତି । ଭିଜିଲାନ୍ସର ସ୍ୱତନ୍ତ୍ର ଜଜଙ୍କ ନିଦ୍ଦେଶକ୍ରମେ ଏହି ଚଢାଉ ହୋଇଛି । ଶୁକ୍ରବାର ସକାଳେ ଝାରସୁଗୁଡା ସହରର ଗୁଜରାଟିପଡାରେ ଜିତେନ୍ଦ୍ର ରହୁଥିବା ଭଡା ଘର ସହ କୁଚିଣ୍ଡା ବିଜ୍ଞପିତ ଅଞ୍ଚଳ ପରିଷଦର କାର୍ଯ୍ୟାଳୟ. ଝାରସୁଗୁଡାର ଭଦେଇମୁଣ୍ଡାସ୍ଥିତ ଘର, କୋଲାବିରାରେ ଥିବା ପୈତୃକ ବାସଭବନ ଆଦି ୫ଟି ସ୍ଥାନରେ ଏକକାଳୀନ ଏହି ଚଢାଉ ହୋଇଛି । କୁଚିଣ୍ଡା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାରେ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ପୂର୍ବରୁ ହୋଇଥିଲା । ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଚଢାଉ ହୋଇଛି । ତେବେ ଚଢାଉ ଜାରି ରହିଥିବାରୁ ଆୟ ବହିର୍ଭୁତ ସମ୍ପତ୍ତିର ଆକଳନ ହୋଇପାରିନାହିଁ ।

Related posts

ଶିମିଳିପାଳରେ ୬ଟି ଟାୱାରରେ ଲଗା ଯାଇଛି AI କ୍ୟାମେରା

mahabharatanews

ଓଡ଼ିଆ ପ୍ରବନ୍ଧ ଲିଖନ ଓ ଓଡ଼ିଆ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ

mahabharatanews

ଲଘୁଚାପ: ଓଡ଼ିଶା ଉପରେ ପ୍ରଭାବ ନାହିଁ, କେତେକ ଜିଲାରେ ଝଡ଼ବର୍ଷା ସମ୍ଭାବନା

mahabharatanews