ଓଡିଶା

ଭିଜିଲାନ୍ସ ଜାଲରେ ସେସୁର କନିଷ୍ଠ ଯନ୍ତ୍ରୀ

(ମହାଭାରତ, ଜଗତସିଂପୁର): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଉ ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଜଗତସିଂପୁର ସେସୁର କନିଷ୍ଠ ଯନ୍ତ୍ରୀ ଦିପ୍ତୀ ପ୍ରକାଶ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ସୋମବାର ସକାଳେ ଜଗତସିଂପୁରସ୍ଥିତ ମଙ୍ଗଳା କଲୋନୀରେ ଥିବା ତାଙ୍କର ବାସଭବନ, ବିପସସ୍ଳସ୍ଥିତ ପୈ÷ତୃକ ଘର ଓ ଗାନ୍ଧୀ ଛକରେ ଥିବା ମାର୍କେଟ କମ୍ପେ୍ଲକ୍ସ ସମେତ ୫ଟି ସ୍ଥାନରେ ଚଢାଉ ହୋଇଛି । ଭିଜିଲାନ୍ସର ୨ଟି ଟିମ୍ ଏହି ଚଢାଉ କରିଛନ୍ତି । ତାଙ୍କ ବାସଭବନରେ ଭିଜିଲାନ୍ସ ଅଧିକାରୀ ବିଭିନ୍ନ କାଗଜପତ୍ରର ଯାଞ୍ଚ କରୁଛନ୍ତି । ଏହି ଚଢାଉ ବେଳେ ତାଙ୍କ ଘରୁ ୩ ଲକ୍ଷ ଟଙ୍କା ଓ ସୁନା ଗହଣା ଜବତ ହୋଇଥିବା ଜଣେ ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି ।

Related posts

୯୦୦ କିଲୋମିଟର ସାଇକଲରେ ଯାତ୍ରା କଲେ ଲୁଗା ବେପାରୀ

mahabharatanews

ଆଜି ଠାରୁ +୨ ନାମ ଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ

mahabharatanews

୨ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୱାର୍ଣ୍ଣିଂ ଜାରି  

mahabharatanews