ଓଡିଶା

ଭୀମସାର ନିର୍ଦ୍ଦେଶକ ଲଳିତ ମେହେରଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନ

ସମ୍ବଲପୁର: ଭୀମସାର ନିର୍ଦ୍ଦେଶକ ଡା ପ୍ରଫେସର ଲଳିତ ମେହେର ସ୍ୱେଚ୍ଛାକୃତ ଅବସର ପାଇଁ ରାଜ୍ୟପାଳଙ୍କୁ ଚିଠି କରିଛନ୍ତି । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ନିଜ ପଦରୁ ଅବସର ନେବାକୁ ଆବେଦନ କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି, ତାଙ୍କୁ ଡାଇବେଟିସ, ହାର୍ଟ ସମସ୍ୟା ଓ ହାଇପରଟେନସନ ରହିିଛି । ତେଣୁ ସେ ଅବସର ନେବାକୁ ଚାହୁଁଛନ୍ତି । ଚିଠିକୁ ରାଜ୍ୟପାଳଙ୍କ କାର୍ଯ୍ୟ।।ଳୟ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବଙ୍କୁ ପଠାଇ ଦିଆଯାଇଛି ।
ପ୍ରଫେସର ମେହେର ୨୦୨୦ ଜୁନ ୧୦ରେ ଭୀମସ।।ର ଡାଇରେକ୍ଟର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୨୩ ଫେବୃଆରୀ ମାସରେ ସେ କାର୍ଯ୍ୟରୁ ଅବସର ନେଇଥାନ୍ତେି । ନିର୍ଦ୍ଦେଶକଙ୍କ ଏପରି ଚିଠିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହା ପୂର୍ବରୁ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ ମଧ୍ୟ ସ୍ୱେଚ୍ଛାକୃତ ଅବସର ନେଇଥିଲେ ।

Related posts

ଅସହାୟ ଯକ୍ଷ୍ମା ରୋଗୀଙ୍କୁ ସାହାଯ୍ୟ ପାଇଁ ସରକାରଙ୍କ ନିକଟରେ ଦାବି

mahabharatanews

ପୋଲିସ ଏସ୍‌ଆଇ ପରୀକ୍ଷା ମହାଦୁର୍ନୀତି ଘଟଣାର ତଦନ୍ତ ପାଇଁ ଆଜି ବ୍ରହ୍ମପୁରରେ ପହଞ୍ଚିଛନ୍ତି ସିବିଆଇଟିମ୍‌

mahabharatanews

କାଉଡିଆଙ୍କ ଉପରେ ମାଡ଼ିଗଲା କାର

mahabharatanews