ଭୁବନେଶ୍ୱର: ଭୁବନେଶ୍ୱରରେ ଅଣାୟତ ହେଉଛି କରୋନା ଭୂତାଣୁ । ଆଜି ପୁଣି ୪୬ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ୪୬ଜଣଙ୍କ ମଧ୍ୟରୁ ୨୪ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ୨୨ଜଣ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ ଏହି ସଂଖ୍ୟା ୫୨୫ରେ ପହଞ୍ଚିଛି । ୨୯୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାବତ ୭ଜଣଙ୍କ ମୃତ୍ୟୁ ହୋଇଛି।
୨୨କ୍ୱାରେଣ୍ଟାଇନ ସଂକ୍ରମିତଙ୍କ ମଧ୍ୟରୁ ୩ଜଣ (୨୫, ୨୩ ବର୍ଷର ପୁରୁଷ ଓ ୫୫ବର୍ଷର ମହିଳା) ଆଇଗିଣିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ଏମାନେ ସମସ୍ତେ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିପରି ଚନ୍ଦ୍ରଶେଖରପୁର ପ୍ରଗତି ବିହାର ଅଞ୍ଚଳରୁ ଜଣେ ୨୮ବର୍ଷୀୟା ମହିଳା, ପାହାଳ ପୁଲିସ ଆଉଟପୋଷ୍ଟ ଅଞ୍ଚଳରୁ ୨୫ବର୍ଷର ଜଣେ ପୁରୁଷ, ପୁରୁଣା ଭୁବନେଶ୍ବର ଗ୍ୟାରେଜ ଛକରୁ ୨୯ ବର୍ଷୀୟ ପୁରୁଷ, ତିନିମୁଣ୍ଡିଆ ଛକ ଅଞ୍ଚଳରୁ ୨୫ବର୍ଷୀୟ ମହିଳା, ରସୁଲଗଡ଼ ଶବର ସାହି ଅଞ୍ଚଳରୁ ତିନିଜଣ (୨୩ ଓ୨୮ବର୍ଷର ମହିଳା ଏବଂ ୨୨ବର୍ଷର ପୁରୁଷ), ବରମୁଣ୍ଡା ହାଇସ୍କୁଲ ଅଞ୍ଚଳରୁ ଜଣେ ୨୩ବର୍ଷୀୟ ମହିଳା, ନୂଆଗାଁ ବିଜୟ ବିହାର ଅଞ୍ଚଳରୁ ଦୁଇଜଣ ୨୬ ବର୍ଷୀୟ ପୁରୁଷ , ଝାରପଡ଼ା ଜଗନ୍ନାଥନଗର ଅଞ୍ଚଳରୁ ଜଣେ ୩୨ବର୍ଷୀୟ ପୁରୁଷ, ଲକ୍ଷ୍ମୀସାଗର ଉପର ସାହି ଅଞ୍ଚଳରୁ ୩୫ବର୍ଷୀୟ ପୁରୁଷ ଓ ଲକ୍ଷ୍ମୀସାଗର ମଣ୍ଡପ ସାହି ଅଞ୍ଚଳରୁ ଜଣେ ୨୧ ବର୍ଷୀୟା ମହିଳା ଚିହ୍ନଟ ହୋଇଛନ୍ତି।
previous post
next post