ଓଡିଶା

ଭୁବନେଶ୍ୱର-ନୂଆଦିଲ୍ଲୀ ଟ୍ରେନ: ଚାହିଦାକୁ ଦୃଷ୍ଟିରେ ରଖି ବଢିଲା ୫ ବଗୀ

ଭୁବନେଶ୍ୱର: ଲକଡାଉନ ପାଇଁ ବନ୍ଦ ଥିବା ଯାତ୍ରୀବାହୀ ରେଳ ଚଳାଚଳ ଆରମ୍ଭ ହେବାକୁ ଯାଉଛି । ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନ ପାଇଁ ଗତକାଲି ଟିକେଟ ବୁକିଂ ହୋଇଥିଲା । କିନ୍ତୁ ମାତ୍ର ଘଣ୍ଟାକ ମଧ୍ୟରେ ଭୁବନେଶ୍ୱର ନୂଆଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନର ଟିକେଟ ସରିଯାଇଥିଲା । ଲୋକଙ୍କ ଚାହିଦାକୁ ନେଇ ଟ୍ରେନରେ ଆଉ ୫ଟି ବଗି ସଂଯୋଗ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଟ୍ରେନରେ ୪ଟି ତୃତୀୟ ଶ୍ରେଣୀ ବଗି ଥିବାବେଳେ ଗୋଟିଏ ଦ୍ଵିତୀୟ ଶ୍ରେଣୀ ବଗି ସଂଯୋଗ କରାଯାଇଛି । ଏହି ନୂଆ ୫ଟି ବାଗୀକୁ ମିଶାଇ ଟ୍ରେନର ସମୁଦାୟ ବଗି ସଂଖ୍ୟା ୨୨ରେ ପହଂଚିଛି । ଗତକାଲି ଆଇଆରସିଟିସି ୱେବସାଇଟ କାର୍ୟ୍ୟକ୍ଷମ ହେବାର ମାତ୍ର ଘଣ୍ଟାକ ମଧ୍ୟରେ ଏହି ଟ୍ରେନର ସମସ୍ତ ଟିକେଟ ସରିଯାଇଥିଲା ।

ଏଠାରେ ସୂଚନା ଥାଉ କି ଆସନ୍ତା ବୁଧବାରରୁ ସବୁଦିନ ଚାଲିବ ସ୍ୱତନ୍ତ୍ର ଟ୍ରେନ । ତେବେ ଭୁବନେଶ୍ୱର ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ରୁ ଏହି ସ୍ୱତନ୍ତ୍ର ଟ୍ରେନ ଚାଲିବ । ଆସନ୍ତା ୧୩ ତାରିଖ ସକାଳ ୧୦ଟାରୁ ଏହି ଟ୍ରେନ ଭୁବନେଶ୍ୱରରୁ ଛାଡିବ । ମୋଟ ୭ଟି ଷ୍ଟେସନରେ ଭୁବନେଶ୍ୱରରୁ ବାହାରିଥିବା ଏହି ଟ୍ରେନ ଅଟକିବ । ବାଲେଶ୍ୱର, ହିଜଲି (ଖଡଗପୁର), ଟାଟା, ବୋକାରୋ, ଗୟା, ଦୀନଦୟାଲ ଉପାଧ୍ୟାୟ ଜଙ୍କସନ, କାନପୁର ସେଣ୍ଟ୍ରାଲରେ ମଧ୍ୟ ଏହି ଟ୍ରେନ ରହିବ ।

ସବୁଠାରୁ ବଡ କଥା ହେଉଛି ଟ୍ରେନ ଛାଡିବାର ୯୦ ମିନିଟ ପୂର୍ବରୁ ପ୍ଲାଟଫର୍ମରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି । କେବଳ ଆଇଆରସିଟିସି ୱେବସାଇଟରେ ଟିକେଟ ବୁକ କରିହେବ । ୭ ଦିନର ଆଗୁଆ ଟିକେଟ ବୁକ କରି ପାରିବେ ଯାତ୍ରୀ । ୱେଟିଂଲିଷ୍ଟ ନୁହେଁ କେବଳ କନଫର୍ମ ଟିକେଟରେ ହିଁ ଯାତ୍ରା କରିହେବ । ତେବେ ଟ୍ରେନ ଛାଡିବାର ୨୪ ଘଣ୍ଟା ପୂର୍ବରୁ ଟିକେଟ ବାତିଲ କରିପାରିବେ ଯାତ୍ରୀ । ଆଉ ଟିକେଟ ବାତିଲ କଲେ ୫୦ ପ୍ରତିଶତ ଚାର୍ଜ ପଡିବ ।

Related posts

ତାଳ ଧ୍ୱଜ ରଥର ୧୧ ଟି ଚକ ଶେଷ 

mahabharatanews

ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ଦମ୍ପତ୍ତି ଗୁରୁତର ସଙ୍କଟାପନ୍ନ: ମେଡିକାଲରେ ଭର୍ତ୍ତି

mahabharatanews

ଆସନ୍ତାକାଲିଠୁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ

mahabharatanews