ଓଡିଶା

ଭୁବନେଶ୍ୱର ଲୋକଙ୍କୁ ଗଞ୍ଜାମ ମନା

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଖୋର୍ଦ୍ଧା ଜିଲାକୁ ହଟସ୍ପଟ ଅଞ୍ଚଳ ଭାବେ ସରକାର ଘୋଷଣା କରିଛନ୍ତି। ଏଣୁ ଭୁବନେଶ୍ୱରରୁ ଯାଉଥିବା ଲୋକ ତଥା ଅଧିକାରୀଙ୍କ ଉପରେ ଗଞ୍ଜାମ ଜ଼ିଲାପ୍ରଶାସନ ବିଶେଷ ଭାବେ ନଜର ରଖୁଛି। ବର୍ତ୍ତମାନ ସୁଦ୍ଧା ଅନୁମତି ନ ନେଇ ଭୁବନେଶ୍ୱର ଯାଇଥିବା ୨ ଅଧିକାରୀଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ଏ ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, କେତେକ ଅଧିକାରୀ ଭୁବନେଶ୍ୱର ଯାଇ ଲକ୍ଡାଉନ ଯୋଗୁ ଫସିଯାଇଥିଲେ। ପରେ ସେମାନେ ଗଞ୍ଜାମ ଫେରିଥିଲେ। ଏ ନେଇ ସମସ୍ତ ପ୍ରକାର ପ୍ରତିଷେଧକ ମୂଳକ ପଦକ୍ଷେପ ନିଆଯାଇଛି। ଅପରପକ୍ଷରେ ନିକଟ ଭବିଷ୍ୟତରେ ଆଉ କେହି ଭୁବନେଶ୍ୱର ଯିବେନି ବୋଲି ଜିଲାପାଳ କହିଛନ୍ତି।

Related posts

କଣ୍ଟେନମେଣ୍ଟ ଜୋନ ବ୍ୟତୀତ ଅନ୍ୟସ୍ଥାନରେ ଖୋଲିବ ଧର୍ମାନୁଷ୍ଠାନ: ହାଇକୋର୍ଟ

mahabharatanews

ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews

ଗତ ୨୪ ଘଣ୍ଟାରେ ୧୪୧୭ କ୍ବାରେଣ୍ଟାଇନ୍‌ରୁ, ୧୦୦୬ ସ୍ଥାନୀୟ ସଂକ୍ରମିତ ଚିହ୍ନଟ

mahabharatanews