ଓଡିଶା

ଭେଣ୍ଡିଆ ପୁଅ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଉଦଳା: ମୟୂରଭଞ୍ଜ ଜିଲ୍ଲା ସପନଚୁଆ ପଞାୟତର ଗିରିଶଚନ୍ଦ୍ରପୁର ଗ୍ରାମରେ ବସବାସ କରନ୍ତି ସୁରେଶ ବେହେରାଙ୍କ ପରିବାର । ଏହି ପରିବାର ଅତ୍ୟନ୍ତ ଗରିବ । ଖଟିଲେ ଖାଆନ୍ତି । ତେବେ ଯେନତେନ ଉପାୟରେ ସୁରେଶଙ୍କ ପରିବାର ଦୁଃଖ ସୁଖରେ ଦିନ କାଟୁଥିଲା । କିନ୍ତୁ ଏହି ଗରିବ ପରିବାର ପ୍ରତି ଦୁର୍ଭାଗ୍ୟର ଘନ କୁହୁଡି ଆହୁରି ଘନ ହୋଇମାଡି ଆସିଲା, ଯେତେବେଳେ ତାଙ୍କ ବଡ ପୁଅ ରବୀନ୍ଦ୍ର(୩୩) ରୋଗଗ୍ରସ୍ତ ହେଲା । ରବୀନ୍ଦ୍ରଙ୍କ ପ୍ରଥମରେ ବାପା ମା ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଇଲେ । କିନ୍ତୁ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ଆସିଲା ନାହିଁ । ତେଣୁ ପରେ ବାରିପଦା, କଟକ, ଭୁନେଶ୍ୱର ଆଦି ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା । ଏବେ ଏହି ଗରିବ ପରିବାର ସରକାରୀ ସହାୟତା ଅପେକ୍ଷାରେ ଚାହିଁ ବସିଛନ୍ତି ।

ସୂଚନା ଅନୁଯାୟୀ, ସୁରେନ୍ଦ୍ରଙ୍କ ପରିବାରରେ ସ୍ତ୍ରୀ, ପୁଅ ରବିନ୍ଦ୍ର, ବୋହୂ, ନାତି ନାତୁଣୀ ଅଛନ୍ତି । ସୁରେନ୍ଦ୍ର ଓ ରବୀନ୍ଦ୍ର ସେମାନଙ୍କ ନାମକୁ ମାତ୍ର ଜମିରେ ଯାହା ଅମଳ କରନ୍ତି ତାହା କୋଉ କୂଳକୁ ନୁହେଁ । ତେଣୁ ଏହି ଅଭାବୀ ପରିବାର ପର ଘରେ କାମ କରିି ଚଳିଥାନ୍ତି । ଯାହା ଯେତିକି ରୋଜଗାର କରନ୍ତି, ସେଥିରେ ମଧ୍ୟ ଚଳିବା କଷ୍ଟକର । କିନ୍ତୁ ଯେନତେନ ଉପାୟରେ ଏହି ପରିବାର ନିଜ ଦିନ ଅତିବାହିତ କରିଥାନ୍ତି । କିନ୍ତୁ ହଠାତ୍ ରବୀନ୍ଦ୍ରଙ୍କ ଗୋଡ ଧୀରେ ଧୀରେ ପୁଲିବାକୁ ଲାଗିଲା । ସେମାନଙ୍କ ସୁଖ ଦୁଃଖରେ ପରିଣତ ହୋଇଗଲା । ଅଭାବୀ ପରିବାରକୁ ଅଭାବ ଗ୍ରାସ କଲା । ରବୀନ୍ଦ୍ର ଚଲାବୁଲା କରିପାରିଲେ ନାହିଁ ତ କାମ ବା କେମିତି କରିବେ । ଅସହାୟ ବୁଢା ବାପା ମା ପୁଅକୁ ନେଇ ପ୍ରଥମେ ଖୁଣ୍ଟା ଡାକ୍ତରଖାନ।।କୁ ଗଲେ । ଡାକ୍ତର ଅନେକ ପରୀକ୍ଷା କଲେ, ଅନେକ ଔଷଧ ମଧ୍ୟ ଦେଲେ, କିନ୍ତୁ ଏଥିରେ ରବୀନ୍ଦ୍ରଙ୍କର କୌଣସି ପରିବର୍ତ୍ତନ ହେଲା ନାହିଁ । ତେଣୁ ବାଧ୍ୟହୋଇ ରବୀନ୍ଦ୍ରଙ୍କୁ ବୁଢା ବାପା ଡୁକୁରା, ବାରିପତା ଆଦି ଡାକ୍ତରଖାନାକୁ ନେଇ ଚିକିତ୍ସ।। କରାଇଲେ । ଫଳ କିନ୍ତୁ ଶୂନ୍ୟ । ଡାକ୍ତର ନାହିଁ ରୋଗ ଭଲ କରିପାରିଲେ ନାହିଁ ରୋଗର କାରଣ ଜାଣି ପାରିଲେ । ଏପଟେ ପରିବାରର ଭେଣ୍ଡିଆ କାମକରା ଲୋକଟି ପଙ୍ଗୁ ହେବା ପରେ ଏହା ବୁଢା ସୁରେନ୍ଦ୍ରଙ୍କ କାନ୍ଧରେ ସବୁ ଭାର ପଡିଲା । ତା ଉପରେ ପୁଣି ପୁଅକୁ ନେଇ ବିଭିନ୍ନ ଡାକ୍ତରଖ।।ନା ବୁଲିବା ଭିତରେ ପରିବାର ପାଇଁ ଓଳିଏ ଖାଇବା ବି କଷ୍ଟକର ହୋଇଗଲା ।

ଏହାରି ମଧ୍ୟରେ ଯାହା କିଛି ସମ୍ବଳ ଥିଲା ତାକୁ ବିକି ଭାଙ୍ଗି ବାପା ମା ପୁଅର ଚିକିତ୍ସା କରାଇଥିଲେ । ଏବେ ସେମାନଙ୍କ ନିକଟରେ କିଛି ବିକିବାକୁ ବାକି ନାହିଁ । ହେଲେ ପୁଅ ଭଲ ହେବାକୁ ନାହିଁ । ଗ୍ରାମବାସୀ ମଧ୍ୟ ଏହି ପରିବାରକୁ ସେମାନଙ୍କ ସାଧ୍ୟମତେ ସାହାଯ୍ୟ କରିଥିଲେ । କିନ୍ତୁ ସବୁବେଳେ ସାହାଯ୍ୟ କରିବା ସେମାନଙ୍କ ପାଇଁ ମଧ୍ୟ ସମ୍ଭବ ନୁହେଁ । ଅପରପକ୍ଷରେ ଭୁବନେଶ୍ୱରର ଆପୋଲୋ, କିମ୍ସ ଆଦି ହସ୍ପିଟାଲ ବୁଲି ବୁଲି ହତାସ ହୋଇସାରିଲେଣି । ତେଣୁ ଗ୍ରାମବାସୀ ରବୀନ୍ଦ୍ରଙ୍କ ପରିବାରକୁ ସରକାର ସହାୟତା ଯୋଗାଇ ଦେବା ସହ ରବୀନ୍ଦ୍ରଙ୍କ ଚିକିତ୍ସାର ହାତ ବଢାଇବାକୁ ଦାବି କରୁଛନ୍ତି ।

Related posts

ବୋଝ ଉପରରେ ଲଳିତା ବିଡା/ କରୋନା କାଳରେ ଜବରଦଖଲ ଉଚ୍ଛେଦ

mahabharatanews

ରାଜ୍ୟରେ ବଢୁଛି ଶୀତ, ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୩ଡିଗ୍ରୀ 

mahabharatanews

ବାହାନଗାରେ ପ୍ରଧାନମନ୍ତ୍ରୀ ମୋଦୀ

mahabharatanews