Uncategorized

ଭୋପାଳ ରେଳ ଷ୍ଟେସନରେ ଫୁଟଓଭର ବ୍ରିଜ ସ୍ଲାବ ଖସି ୮ ଆହତ

ଭୋପାଳ:ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ପୁରୁଣା ରେଳ ଷ୍ଟସନରେ ଆଜି ଫୁଟପାଥ ବ୍ରିଜର ଏକ ଅଂଶ ଖସିପଡିବାରୁ ୮ ଜଣ ଆହତ ହୋଇଛନ୍ତି । ଏହି ସମୟରେ ଷ୍ଟେସନରେ ପ୍ରବଳ ଭିଡ ଥିଲା । ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ଓ ଦମକଳ ବାହିନୀ ଉଦ୍ଧାର କାମରେ ଲାଗି ଯାଇଛନ୍ତି ।

ସୂଚନା ଅନୁଯ।।ୟୀ, ପ୍ଲାଟଫର୍ମ ନଂ ୨-୩ରେ ହୋଇଛି । ଦୁର୍ଘଟଣା ବେଳେ ତିରୁପତି ନିଜାମ୍ମୁଦିନ ଏକ୍ସପ୍ରେସ ଷ୍ଟେସିନର ଠିଆହୋଇଥିଲା । ବ୍ରିଜର ତଳେ କିଛି ଉଠା ଦୋକାନ ଥିଲା । ଦୁର୍ଘଟଣାପରେ ରେଳ ପ୍ରଶାସନ ଫୁଟ ଓଭରକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରିଦେଇଛି । ଘଟଣାସ୍ଥଳରେ ରେଳବାଇର ଜନସମ୍ପର୍କ ଅଧିକାରୀ ଆଇଏ ସିଦ୍ଦିକି କହିଛନ୍ତି, ଫୁଟଓଭର ବ୍ରିଜର ଏକ ଛୋଟ ଅଂଶ ଖସି ପଡିଛି । ଏହାର ଯାଞ୍ଚ ଚାଲିଛି ଓ ଏଥିରେ ସମ୍ପୃକ୍ତ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Related posts

ଚାଇନିଜ ଜାହାଜର ୨ କ୍ରୁ ସଦସ୍ୟଠାରେ କୋରୋନା ସନ୍ଦେହ

mahabharatanews

ଇନ୍ଦୋର: କାଶୀ ମହାକାଳ ଏକ୍ସପ୍ରେସ ସେବା ଶୁଭାରମ୍ଭ

mahabharatanews

ଜେନେରାଲ ବିପିନ ରାୱତ ହେଲେ ପ୍ରଥମ ସିଡିଏସ

mahabharatanews