Uncategorized

ମଥୁରା ନଗରୀରେ ଏକ ସପ୍ତାହ ପୂର୍ବରୁ ଆରମ୍ଭ ହୋଇଥାଏ ହୋଲି ପର୍ବ

(ମହାଭାରତ): ଚଳିତ ବର୍ଷ ୧୦ ମାର୍ଚ୍ଚରେ ସମଗ୍ର ଦେଶରେ ହୋଲି ପାଳନ କରାଯିବ । ଭାରତରେ ହୋଲି ପର୍ବ ସବୁଠାରୁ ଲୋକପ୍ରିୟ । ଏଠାରେ ରଙ୍ଗର ପର୍ବ ହୋଲି ଏକ ସପ୍ତାହ ପୂର୍ବରୁ ପୁରା ଧୁମଧାମରେ ସହ ପାଳନ କରାଯାଏ । କ୍ରୀଷ୍ଣା ନଗରୀ ମଥୁରା ଏବଂ ବର୍ଷାଣାରେ ଏହି ପର୍ବ ପାଇଁ ବିଭିନ୍ନ ଆୟୋଜନ କରାଯାଇଥାଏ । ତେବେ ଆସନ୍ତୁ ଜାଣିବା କେଉଁଠାରେ କିଭଳି ପ୍ରସ୍ତୁତି ହୋଇଥାଏ ।
୩ ମାର୍ଚ୍ଚ:
ଗତକାଲିଠାରୁ ବର୍ଷାଣାରେ ହୋଲି ଖେଳ ଆରମ୍ଭ ହୋଇସାରିଛି । ଏଠାରେ ଖାସ୍ ଲଡ୍ଡୁ ହୋଲିର ଆୟୋଜନ କରାଯାଇଛି । ଲୋକମାନଙ୍କ ଦ୍ୱାରା ଖୁବ ଧୁମ ଧୁମଧାମରେ ଏଠାରେ ହୋଲି ପାଳନ କରାଯାଇଥାଏ ।
୪ମାର୍ଚ୍ଚ:
ଆଜି ଗୋକୁଳରେ ଲଠମାର ହୋଲି ଖେଳାଯିବ । ପ୍ରତିବର୍ଷ ଭଳି ଏଠାରେ ମଧ୍ୟ ଖାସ୍ ପର୍ବ ପାଳନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ଦେଶ ବିଦେଶରୁ ଅନେକ ଲୋକମାନେ ସ୍ପେଶାଲ ହୋଲି ପର୍ବ ପାଳନ କରିବା ପାଇଁ ଏଠାକୁ ଆସିଥାନ୍ତି ।
୫ମାର୍ଚ୍ଚ:
ଏହି ଦିନ ନନ୍ଦ ଗାଁଓ ରାୱଲ ଗାଁରେ ଲଠମାର ହୋଲି ପାଳନ କରାଯିବ । ଏଥିସହ ଅବୀରରେ ମଧ୍ୟ ହୋଲି ଖେଳାଯାଇଥାଏ । ଆପଣମାନେ ମଧ୍ୟ ଯଦି ନିଜର ହୋଲିକୁ ସ୍ପେଶାଲ କରିବାକୁ ଚାହୁଁଛନ୍ତି ତେବେ ଏହି ସ୍ଥାନକୁ ଯାଇ ଧୂମ ମଜା ଉଠାଇପାରିବେ ।
୬ ମାର୍ଚ୍ଚ:
ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ଅର୍ଥାତ୍ ମଥୁରା ଏବଂ ବୃନ୍ଦାବନରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ । ଏହି ସମାରୋହ ବୃନ୍ଦାବନର ପ୍ରସିଦ୍ଧ ମନ୍ଦିର ବାଙ୍କିବିହାରୀରେ ଆୟୋଜନ କରାଯାଇଥାଏ ।
୭ମାର୍ଚ୍ଚ:
ଏହି ଦିନ ଗୋକୁଳରେ ଛଡି ମାର ହୋଲି ଖେଳାଯାଇଥାଏ । ଏହି ଦିନ ପତି-ପତ୍ନୀ ପରସ୍ପରଙ୍କ ମଧ୍ୟରେ ଖେଳି ମଜା ଉଠାଇଥାନ୍ତି ।
୮ମାର୍ଚ୍ଚ:
ଏହିଦିନ କ୍ରୀଷ୍ଣା ନଗରୀ ଏବଂ ରାଧାରାଣୀଙ୍କ ଗାଁ ବର୍ଷାଣାରେ ଲୋକମାନେ ବିଭିନ୍ନ କାର୍ଯ୍ୟକ୍ରମ ସହ ହୋଲିର ପର୍ବର ଆୟୋଜନ କରିଥାନ୍ତି । ଏଥିସହ ପରସ୍ପରଙ୍କ ମଧ୍ୟରେ ଅବୀର ଖେଳି ହୋଲି ପର୍ବର ଧୂମ୍ ମଜା ଉଠାଇଥାନ୍ତି ।
୯ମାର୍ଚ୍ଚ:
ଏହି ମଥୁରାର ଦ୍ୱାରିକାଧୀଶ ମନ୍ଦିରରେ ବହୁତ ବଡ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ଏହାପରେ ସମସ୍ତ ଲୋକମାନେ ପରସ୍ପରଙ୍କ ସହ ଅବୀରରେର ଖେଳିଥାନ୍ତି ।
୧୦ମାର୍ଚ୍ଚ:
ଏହି ଦିନ ମଥୁରା,ବୃନ୍ଦାବନ,ବର୍ଷାଣା ସହ ସମଗ୍ର ବିଶ୍ୱରେ ହୋଲି ପାଳନ କରାଯାଇଥାଏ । ଏହି ପର୍ବ ଆପଣ ମଧ୍ୟ ନିଜ ସାଙ୍ଗସାଥୀ,ପରିବାର ସଦସ୍ୟ ଏବଂ ସମ୍ପକୀୟଙ୍କ ସହ ପାଳନ କରିଥାନ୍ତି,ଯାହା ସବୁଦିନ ସ୍ମୃତି ହୋଇ ମନେ ରହିଥାଏ ।

Related posts

ଶ୍ରୀମନ୍ଦିରକୁ ଚନ୍ଦନ କାଠ ଦାନ

mahabharatanews

ରକ୍ତ ଜମାଟ ବାନ୍ଧିବା କରୋନା ମୃତ୍ୟୁର ଏକ କାରଣ 

mahabharatanews

ଆଦିବାସୀ ଛାତ୍ରୀଙ୍କୁ ସ୍କୁଟି ବାଣ୍ଟିବେ ରାଜସ୍ଥାନ ସରକାର

mahabharatanews