ଅପରାଧ

ମଦ ଚାଲାଣ ବେଳେ ୨ ଗିରଫ ୩୫ ପେଟି ଜବତ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରୁ ବିପୁଳ ପରିମାଣରେ ବେଆଇନ ମଦ ବିକ୍ରି କରାଯିବାକୁ ଚାଲାଣ କରାଯାଉଥିବା ବେଳେ ପୁଲିସ ଜବତ କରିଛି। ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୩୫ ପେଟି ବିଦେଶୀ ମଦ ଜବତ କରିଛି । ଜବତ ହୋଇଥିବା ବିଦେଶୀ ମଦର ଆନୁମାନିକ ମୂଲ୍ୟ ଦେଢ ଲକ୍ଷ ଟଙ୍କା ହେବ
ପୁଲିସର ସୂଚନା ଅନୁଯାୟୀ, ପାଟଣାଗଡ଼ ଥାନା ପକ୍ଷରୁ ପାଟ୍ରୋଲିଂ ଚାଲିଥିବା ବେଳେ ପାଟଣାଗଡ଼ -ବରପଦର ବ୍ରିଜ ଠାରେ ଏକ ୱାଗନଆର ସିଜି ୦୪ ଏଚ ୩୯୫୦ ଉପରେ ସେନ୍ଦେହ ହୋଇଥିଲା। ଯାଞ୍ଚ କରିବାରୁ କାରରେ ୩୫ ପେଟି ବିଦେଶୀ ମଦ ମିଳିଥିଲା । ଉକ୍ତ ମଦ ସବୁ ଜବତ କରିବା ସହିତ ଗାଡିରେ ବସିଥିବା ନଅଗାଁର ଛେଲିଆ ବେହେରା ଓ ଝାଡଖଣ୍ଡର ବିମଳେଶ ୟାଦବକୁ ପୁଲିସ ଗିରଫ କରିଛି। ଜବତ ବିଦେଶୀ ମଦ ମଧ୍ୟରେ କେନ ଓ ବୋତଲ ରହିଥିବା ଜଣାପଡିଛି । ବିଦେଶୀ ମଦ ବୋଝେଇ ହୋଇଥିବା ଗାଡି ସହ ଉକ୍ତ ଦୁଇ ଜଣକୁ ପୁଲିସ ଥାନାକୁ ଆଣିଛି । ପୁଲିସ ଏ ସମ୍ପର୍କରେ ଏକ ମାମାଲା ରୁଜୁ କରି ଅଧିକ ତଦନ୍ତ କରୁଛି। ଉକ୍ତ ଦୁଇ ଜଣକୁ କୋର୍ଟ ଚାଲାଣ କରାଯାଇ ଥିବା ବେଳେ ସେମାନଙ୍କ ଠାରୁ ୮ ହଜାର ୧୦୦ ଟଙ୍କା ଜବତ ହୋଇଛି। ଏହି ମଦକୁ ପାଟଣାଗଡ଼ରୁ ଲରମ୍ଭା ପଟକୁ ବିକ୍ରି କରାଯିବା ପାଇଁ ନିଆ ଯାଉଥିବା ଜଣାପଡିଛି ।

Related posts

୧୯୬ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର

mahabharatanews

ସମ୍ବର ମାଂସ ଜବତ, ଶିକାରୀ ଗିରଫ

mahabharatanews

ଗଞ୍ଜାମରେ ଗୋ ମାଂସ ଟ୍ରକ ଜବତ

mahabharatanews

Leave a Comment