ନୂଆଦିଲ୍ଲୀ : ଦେଶରେ ଲକଡାଉନ ଚାଲିଥିବାରୁ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ପରୀକ୍ଷା ସ୍ଥଗିତ ରଖାଯାଇଥିଲା । ତେବେ ପୁଣି ଥରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା ହୋଇଛି । ଆଜି ହୋଇଥିବା ୟୁପିଏସସି ବୈଠକରେ ନୂଆ ତାରିଖ ନେଇ ନିଷ୍ପତ୍ତି ନିଆଯାଇଛି । ପରିବର୍ତ୍ତିତ ପରୀକ୍ଷା କାର୍ୟ୍ୟସୂଚୀ ଅନୁସାରେ ସିଭିଲ ସର୍ଭିସ (ପ୍ରିଲିମନାରୀ) ୨୦୨୦ ଓ ଆଇଏଫଏସ (ପ୍ରିଲିମିନାରୀ) ପରୀକ୍ଷା ୨୦୨୦ ଆସନ୍ତା ଅକ୍ଟୋବର ମାସ ୪ ତାରିଖ ରବିବାର ଦିନ ହେବ । ସେହିପରି ସିଭିଲ ସର୍ଭିସ ମୁଖ୍ୟ ପରୀକ୍ଷା ୨୦୨୦ ଆସନ୍ତା ୨୦୨୧ ଜାନୁଆରି ୮ ତାରିଖରେ ଓ ଭାରତୀୟ ବନ ସେବା (ମୁଖ୍ୟ) ପରୀକ୍ଷା ଜାନୁଆରି ୨୮, ୨୦୨୧ ରେ ହେବ । ଅନ୍ୟପକ୍ଷରେ ଏନଡିଏ ଓ ଏନଏ ପରୀକ୍ଷା (୧) ଓ ଏନଡିଏ ଓ ଏନଏ ପରୀକ୍ଷା (୨) ଆସନ୍ତା ସେପ୍ଟେମ୍ବର ମାସ ୬ ତାରିଖରେ ଅନୁଷ୍ଠିତ ହେବ । ସିଭିଲ ସର୍ଭିସ ସାକ୍ଷାତକାର ପରୀକ୍ଷା୨୦୧୯ ଆସନ୍ତା ଜୁଲାଇ ୨୦ରେ ହେବ । ସାକ୍ଷାତକାର ସମ୍ପର୍କରେ ୟୁପିିଏସସି ପକ୍ଷରୁ ପ୍ରାର୍ଥୀମାନଙ୍କୁ ଜଣାଇଦିଆଯିବ ।
ୟୁପିଏସସିର ପରୀକ୍ଷାଗୁଡ଼ିକ ପୂର୍ବରୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା ।
previous post