Uncategorized

ମଧ୍ୟପ୍ରଦେଶରେ ଟ୍ରେନ ଦୂର୍ଘଟଣା, ୩ ମୃତ

(ମହାଭାରତ, ସିଂଗ୍ରୌଲି): ମଧ୍ୟପ୍ରଦେଶର ସିଙ୍ଗରୌଲି ଠାରେ ରବିବାର ଦୁଇଟି ମାଲବାହୀ ଟ୍ରେନ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି । ରବିବାର ଭୋର ସାଢେ ୪ଟା ବେଳେ ଏହି ଦୂର୍ଘଟଣା ଘଟିଥିବା ଜଣାପଡିଛି । ସିଂଗୌଲି ଅତିରିକ୍ତ ପୁଲିସ ସୁପରିଟେଣ୍ଡେଣ୍ଟଙ୍କ ସୂଚନା ଅନୁସାରେ, ବୈ÷ଧାନ ଥାନା ରିହନ୍ଦ ନଗରରୁ କୋଇଲା ନେଇ ମାଲବାହୀ ଟ୍ରେନଟି ଯାଉଥିଲା ବେଳେ ଘନହରି ଗାଁ ପାଖରେ ବିପରୀତ ଦିଗରୁ ଆସୁଥିବା ଏକ ଖାଲି ମାଲବାହୀ ଟ୍ରେନ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଗୋଟିଏ ଟ୍ରେନର ୧୩ଟି ୱାଗନ ଓ ଗୋଟିଏ ଇଞ୍ଜିନ ଧାରଣା ବାହାରକୁ ଓଲଟି ପଡିଥିଲା । ଇଞ୍ଜିନ ମଧ୍ୟରୁ ଏପର୍ଯ୍ୟନ୍ତ ତିନୋଟି ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତିମାନଙ୍କ ପରିଚୟ ମିଳିନଥିଲା ବେଳେ ସେମାନଙ୍କ ମଧ୍ୟରେ ଦୁଇ ଜଣ ଡ୍ରାଇଭର ଓ ଜଣୈ ପଏଣ୍ଟସମ୍ୟାନ ଥିବା ଅନୁମାନ କରାଯାଉଛି । ଦୂର୍ଘଟଣାଗ୍ରସ୍ତ ଟ୍ରେନଗୁଡିକରେ ଡ୍ରାଇଭର ଏବଂ ସହକାରୀ ଚାଳକ ଫସି ରହିଥିବା ଜଣାପଡିଥିଲା । ଖବର ପାଇ ଘଟଣାସ୍ଥଳରେ ଏନଟିପିସି ଟିମ୍ ଏବଂ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । ଟ୍ରେନ ଦୁଇଟି ଏନଟିପିସିର ବୋଲି ଜଣାପଡିଛି । ଏକ ଏନଟିପିସିର ଏକ କୋଇଲା ବୋଝେଇ ଟ୍ରେନ ନଗରରୁ ଏକ ମାଲବାହୀ ଟ୍ରେନ କୋଇଲା ନେଇ ଯାଉଥିଲା । ସାମ୍ନା ପଟରୁ ଅନ୍ୟ ଏକ ମାଲବାହୀ ଟ୍ରେନ ଫେରୁଥିଲା । ଉଭୟ ଗାଡି ଦ୍ରୁତ ଗତିରେ ଥିବା ପରସ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୂର୍ଘଟଣା ବେଳେ ଟ୍ରେନ ଦୁଇଟି ମଧ୍ୟରୁ ଗୋଟିକରେ କୋଇଲା ବୋଝେଇ ହୋଇଥିବା ବେଳେ ଅନ୍ୟଟି ଖାଲିଥିଲା । ତେବେ ଏନଟିିପିସିର ଅନୁରୋଧ କ୍ରମରେ ଦୁର୍ଘଟଣାଗ୍ରସ୍ତ ଟ୍ରେନ ଦୁଇଟିକୁ ରେଳଲାଇନରୁ ହଟାଇବା ପାଇଁ ଭାରତୀୟ ରେଳବାଇ ସମସ୍ତ ସୁବିଧା ଯୋଗାଇ ଦେଇଛି । ଉକ୍ତ ରେଳ ଚଳାଚଳ ସ୍ୱାଭାବିକ କରିବା ପାଇଁ ଘଟଣାସ୍ଥଳକୁ କ୍ରେନ ପଠାଯାଇଥିବା ଜଣାପଡିଛି । ବଗିରୁ କୋଇଲା ଖାଲି କରାଯିବା ପରେ ଏନଟିପିସିର ଦୁଇ କ୍ରେନ ବଗି ଉଠାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ରେଳଧାରଣାରେ କେବଳ ମାଲଗାଡି ଚଳାଚଳ କରିଥାଏ ବୋଲି ଜଣାଯାଇଛି । ତେବେ ଏହି ଦୂର୍ଘଟଣା ପାଇଁ ରେଳବାଇ ପକ୍ଷରୁ କୌଣସି ତ୍ରୁଟି ନଥିବା ପୂର୍ବ-ମଧ୍ୟ ରେଲବାଇ ସିଆରପିଓ ରାଜେଶ କୁମାର କହିଛନ୍ତି ।

Related posts

ଜଙ୍ଗଲରେ ୨ ପିଲାଙ୍କ ମୃତ୍ୟୁକୁ ନେଇ ଗୁଣି ସନ୍ଦେହ

mahabharatanews

ଭୋକରେ ଜୀବନ ଦେଲା, ହେଲେ ନିଜ ଛୁଆଙ୍କୁ ଖାଇଲା ନାହିଁ

mahabharatanews

ଜମ୍ମୁ କାଶ୍ମୀରର ପହଲଗାମରେ ଭୂକମ୍ପର ଝଟ୍‌କା

mahabharatanews