ଅପରାଧଭାରତ

ମର୍ଣ୍ଣିଂ ୱାର୍କରୁ ଅପହରଣ

(ନୋଏଡା) ; ମର୍ଣ୍ଣିଂ ୱାର୍କ ସମୟରେ ଅପହରଣ କରି ନେଇଗଲେ ଯୁବତୀଙ୍କୁ । ଏମିତି ଏକ ଅଭାବନୀୟ କାଣ୍ଡ ଘଟିଛି ଗ୍ରେଟର ନୋଏଡାର ଗୌତମବୁଦ୍ଧ ନଗର ନିକଟରେ । ଫହରଣ ହୋଇଥିବା ଯୁବତୀଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ତାଙ୍କ ଝିଅ ସକାଳ ୫ଟା ବେଳେ ମର୍ଣ୍ଣିଂ ୱାକ୍ ପାଇଁ ଘରୁ ବାହାରିଥିଲେ। ଯେତେବେଳେ ସେ ରେଲ୍ ବିହାର ପାଖରେ ପାଖାପାଖି ୬ଟା ବେଳେ ପହଞ୍ଚିଲା, ସେହି ସମୟରେ ଅଚ୍ଛେଜା ଗାଁ ଆଡ଼ୁ ଏକ ଧଳା ରଙ୍ଗର କାର ଆସିଲା ଏବଂ ସେଥିରେ ଥିବା କିଛୀ ଦୁର୍ବୁତ୍ତ ଯୁବତୀଙ୍କୁ ଅସଦାଚରଣ କରିଥିଲେ । ଯୁବତୀ ଜଣକ ଚିକ୍ରାର କରିଥିଲେ । ଦୁର୍ବୁତ୍ତ ମାନେ ପ୍ରଥମେ ଯୁବତୀଙ୍କ ସାନ ଭଉଣିୀକୁ ଅପହରଣ କରିବା ସମୟରେ ଝିଅଟି ସେମାନଙ୍କ ହାତରୁ ଖସିଯାଇଥିଲା । ଏବଂ ପରେ ଦୁର୍ବୁତ୍ତ ମାନେ ତା ବଡ ଭଉଣୀକୁ ଅପହରଣ କରିନେଇଥିଲେ । ଏହି ଘଟଣାରେ ବାଦଲପୁର ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେଣ୍ଟ୍ରାଲ୍ ନୋଏଡା ଡିସିପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଘଟଣା ପାଇଁ ପାଞ୍ଚ ଜଣିଆ ପୁଲିସ୍ ଟିମ୍ ଗଠନ କରାଯାଇଛି। ପୁଲିସ୍ ସ୍ଥାନୀୟ ଅଞ୍ଚଳରେ ଆଲର୍ଟ ଜାରି କରିବା ସହ ବିଭିନ୍ନ ଚେକପୋଷ୍ଟରେ ଚେକିଂ କରିବାକୁ ସୂଚନା ଦେଇଛି। ଘଟଣା ପରେ ଯୁବତୀଙ୍କ ପରିବାର ଲୋକଙ୍କ ସମେତ ଶତାଧିକ ଲୋକେ ଖୁବ୍ ବିରୋଧ କରିଥିଲେ, ଯାହାଦ୍ୱାରା ଏନଏଚ୍-୯୧ ପ୍ରବଳ ଭିଡ଼ ହୋଇଯାଇଥିଲା।

Related posts

ହେମନ୍ତ ସୋରେନ୍ ଙ୍କୁ ବେଲ୍

mahabharatanews

ଶାଶୁକୁ ବୋହୁର ଥପ୍ପଡ ଉପରେ ଥପ୍ପଡ

mahabharatanews

ରାମଲଲାଙ୍କ ମଥାରେ ସୂର୍ଯ୍ୟ ତିଲକ

mahabharatanews

Leave a Comment