ଓଡିଶା

ମହିଳାଶକ୍ତି ସେବା ଟ୍ରଷ୍ଟର ଉପଖଣ୍ଡ ସ୍ତରୀୟ କର୍ମୀ ସମ୍ମିଳନୀ

ରାଇରଙ୍ଗପୁର(ସତ୍ୟନାରାୟଣ ପାଲ): ମହିଳାଶକ୍ତି ସେବା ଟ୍ରଷ୍ଟର ମୟୁରଭଞ୍ଜ ଜିଲ୍ଲା ଶାଖା ଆନୁକୂଲ୍ୟରେ ଏକ ଉପଖଣ୍ଡ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ସ୍ଥିତ ପୁର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଆୟୋଜିତ ଏହି କର୍ମୀ ସମ୍ମିଳନୀରେ ବାମନଘାଟୀ ଉପଖଣ୍ଡର ସାତଟି ବ୍ଲକ ଓ ରାଇରଙ୍ଗପୁର ପୌରପାଳିକାର ମହିଳାଙ୍କ ସମେତ ତାଙ୍କୁ ସାହାଯ୍ୟ କରିବା ପାଇଁ ଗଠିତ ପୁରୁଷ ଟିମର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରଭାରୀ ଅଂଶୁମାନ ମହାନ୍ତି ଟ୍ରଷ୍ଟ ପକ୍ଷରୁ ବିଧବା ମହିଳାଙ୍କୁ ଦିଆଯିବାକୁ ଥିବା ଆଜୀବନ ପେନସନ, ଆବାସ ଯୋଜନାରେ ସାମିଲ, ଫ୍ରି ଟ୍ରେନ ପାସ , ଫ୍ରି ବିଜୁଳି ବିଲ,୨୨ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ମାଗଣା ଶିକ୍ଷାଦାନ ଉପରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ମହିଳା ଟିମର ଅଧ୍ୟକ୍ଷା ସୁମିତ୍ରା ଚୌବେ ବିଧବା ମହିଳା ଏବଂ ଅବହେଳିତାଙ୍କୁ ସମାଜର ମୁଖ୍ୟଧାରାରେ ସାମିଲ କରାଇବାକୁ ଆହ୍ୱାନ ଦେଇଥିଲେ।
ଏହି କର୍ମୀ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କମିଟିର ଗାୟତ୍ରୀ ରଣା, ପ୍ରଶାନ୍ତ ବେହେରା, ମହା ସଚିବ ଜୟଦୀପ ମୋଦକଙ୍କ ସହିତ ରାଇରଙ୍ଗପୁର ପୌରାଞ୍ଚଳ ଅଧ୍ୟକ୍ଷ ମନୋଜ ଦାସ, ଅଧ୍ୟକ୍ଷା ମିଥିଲା ଟୁଡୁ, ବ୍ଲକ ଅଧ୍ୟକ୍ଷା କଲ୍ୟାଣି ପଟ୍ଟନାୟକ, ଅଧ୍ୟକ୍ଷ ବାପି ସିଂ ଏବଂ ସମସ୍ତ ବ୍ଲକ କମିଟିର ଶତାଧିକ ସଦସ୍ୟା ଓ ସଦସ୍ୟ ସାମିଲ ଥିଲେ । ନଗର କମିଟି ଅଧ୍ୟକ୍ଷ ମନୋଜ ଦାସ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts

୫ଟି  ଟିଚିଂ ହସ୍‌ପିଟାଲ ଉଦଘାଟିତ

mahabharatanews

ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ବିଭାଗ ରେଞ୍ଜର ଅଧିକାରୀ ସୁକୁମାର ଦୁଖୁ

mahabharatanews

ଆତ୍ମ ସମର୍ପଣ କଲେ ମାଓବାଦୀ

mahabharatanews