(ଜୟନ୍ତ କୁମାର ସେଠି ) : ବିଶ୍ବ କରୋନା ମହାମାରୀ ନେଇ ଚଳିତ ବର୍ଷ କୀଭଳି ସାମାଜିକ ଦୂରତ୍ୱ ରଖାଯାଇ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ପୁରୀ ରେ ଅନୁଷ୍ଠିତ ହେବ ସେନେଇ ଆଲୋଚନା ପର୍ୟ୍ୟାଲୋଚନା ଚାଲିଛି । ଅନ୍ୟପଟେ ମହାପ୍ରଭୁ ରଥଯାତ୍ରା ବନ୍ଦ ନ କରି କଟକଣା ଯୁକ୍ତ ରଥଯାତ୍ରା କରିବା ନେଇ ମତ ରଖିଛି ଦଇତାପତି ନିଯୋଗ। ଏ ନେଇ ଏକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ଙ୍କ ନିକଟ କୁ ଦଇତାପତି ନିଯୋଗ ପଠାଇଛନ୍ତି । ଏ ନେଇ ଗଣମାଧ୍ୟମ କୁ ଦଇତାପତି ନିଯୋଗ ସୂଚନା ଦେଇଛନ୍ତି । ନିଯୋଗ ର କହିବା କଥା ମହାପ୍ରଭୁ ଘୋଷ ଯାତ୍ରା କୋଟି କୋଟି ଜଗନ୍ନାଥ ପ୍ରେମୀ ଓ ହିନ୍ଦୁ ଙ୍କ ଭାବାବେଗ ସହ ଜଡିତ। ଏହାକୁ ଅୟୋଜନ କରିବାକୁ ପ୍ରଭୁ ଶ୍ରୀଜଗନ୍ନାଥ ଗଜପତି ଙ୍କୁ ନିଜେ ଅବିଭାର୍ବ ସମୟ ରେ କହିଛନ୍ତି। ଏଣୁ ଯେତେ ଅସୁବିଧା ଉପୁଜିଲେ ମଧ୍ୟ ମହାପ୍ରଭୁ ରଥଯାତ୍ରା ହୋଇଛି। ସ୍ୱାଧୀନତା ପୂର୍ବରୁ ନଅଙ୍କ ଦୁର୍ଭିକ୍ଷ , ସିପାହୀ ବିଦ୍ରୋହ ଏବଂ ବ୍ରିଟିଶ ଶାସନ ସମୟରେ ୧୯୧୮ ରୁ ୨୦ ମଧ୍ୟରେ ହୋଇ ଥିବା ମହାମାରୀ ବମ୍ବେ ଇନ ଫ୍ଲୁ ଏ ନଜା ସମୟ ରେ ମଧ୍ୟ ଅୟୋଜନ ହୋଇଛି। ତେବେ ପୁର୍ବ ରୁ କିଛି ମୁସଲମାନ ଶାସକ ଙ୍କ ଆକ୍ରମଣ ସମୟ ରେ ମହାପ୍ରଭୁଙ୍କ କିଛି ପର୍ବ ପର୍ବାଣୀ ବନ୍ଦ ହେବା ପରିସ୍ଥିତି କୁ ଉଦାହରଣ ଭାବେ ନ ଦର୍ଶାଇ କୀଭଳି ରଥଯାତ୍ରା ଏହି କ ରୋନା ସମୟ ରେ ସୁରକ୍ଷିତ ଭାବେ ଅୟୋଜନ ହେବ ରାଜ୍ୟ ସରକାର ବ୍ୟବସ୍ଥା କରିବାକୁ ଦଇତାପତି ନିଯୋଗ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରସ୍ତାବ ଦେଇଛି। ସୁରକ୍ଷିତ ଭାବେ ରଥଯାତ୍ରା ଅୟୋଜନ ବେଳେ ପୁରୀ ସହରକୁ ସିଲ ସହ ପୁରୀ ବାସିନ୍ଦା ଙ୍କୁ ଘରେ ରହିବାକୁ ଅନୁରୋଧ କରାଯାଇ ରଥଯାତ୍ରା ପରମ୍ପରା ପାଳନ କରିବାକୁ ଦଇତାପତି ନିଯୋଗ ମତ ରଖିଛି। ସେହିପରି ରଥଯାତ୍ରା ପୂର୍ବରୁ ଏଥିରେ ନିୟୋଜିତ ସେବାୟତ ଙ୍କ କରୋନା ଟେଷ୍ଟ ହୋଇ ଏହି କାର୍ୟ୍ୟକ୍ରମ ଆଗକୁ ନେବା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରସ୍ତାବ ଦିଆଯାଇଛି। ତେବେ ଶେଷରେ ରଥଯାତ୍ରା ଆୟୋଜନ ଅଧିକାର ସରକାର ହିଁ ସମସ୍ତ ନିଷ୍ପତ୍ତି ନେବେ। ତାଙ୍କର ନିର୍ଦେଶ କୁ ଦଇତାପତି ନିଯୋଗ ମାନିବ ବୋଲି କହିଛି। ତେବେ କୀଭଳି କଟକଣା ଯୁକ୍ତ କରାଯାଇ ରଥଯାତ୍ରା ସୁରକ୍ଷିତ ଭାବେ ପାଳନ ହୋଇ ପାରିବ ନେଇ ମୁଖ୍ୟମନ୍ତ୍ରୀ ତର୍ଜମା କରିବାକୁ ଅନୁରୋଧ କରାଯାଇଛି।ଅନ୍ୟପଟେ ଦଇତାପତି ନିଯୋଗ ଆଜି ସନ୍ଧ୍ୟାରେ ଜଗତଗୁରୁ ଶଙ୍କରାଚାର୍ୟ୍ୟଙ୍କୁ ଭେଟି ବାର କାର୍ୟ୍ୟକ୍ରମ ରହିଛି। କୀଭଳି ରଥଯାତ୍ରା ପରମ୍ପରା ଏହି ଅସମୟ ରେ ପାଳନ ପାରିବ ଆଲୋଚନା ହେବ।
previous post