ଓଡିଶା

ବାଲୁକାକଳା ମାଧ୍ୟମରେ ଇରଫାନ ଖାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

(ଜୟନ୍ତ ସେଠୀ/ଗୋପ): ବଲିଉଡର ବିଶିଷ୍ଟ କଳାକାର ଇରଫାନ ଖାନଙ୍କ ଦେହାନ୍ତ ହୋଇଛି। ମୁମ୍ବାଇରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟ ହୋଇଛି। ତେବେ ଇରଫାନଙ୍କ ଭଳି ଏକ ଭର୍ସା ଟାଇଲ ଆକ୍ଟରଙ୍କ ମୃତ୍ୟୁକୁ ନେଇ ସାରା ବଲିଉଡ ସମେତ ସିନେପ୍ରେମୀ ମହଲରେ ଶୋକ ର ଛାୟା ଖେଳି ଯାଇଛି। ତାଙ୍କର ଆକ୍ଟିଂ ଚିର ଅମର ହୋଇ ରହିବ ବୋଲି ସିନେ ପ୍ରେମୀ ମାନେ କହିଛନ୍ତି । ତେବେ ଇରଫାନ ଖାନଙ୍କ ଦେହାନ୍ତକୁ ନେଇ ଗଭିର ଦୁଃଖ ପ୍ରକାଶ କରିଛନ୍ତି ବିଶିଷ୍ଟ ବଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏକ ବାଲୁକା କଳା ମାଧ୍ୟମରେ ସୁଦର୍ଶନ ପଟ୍ଟନାୟକ ନିଜର ଗଭୀର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହି ବାଲୁକାକଳା ରେ ସୁଦର୍ଶନ ପଟ୍ଟନାୟକ ବଲିଉଡ ର ବିଶିଷ୍ଟ କଳାକାର ଇରଫାନ ଖାନଙ୍କ ପ୍ରତିଛବିକୁ ସ୍ଥାନ ଦେବା ସହ ମିସ୍ ୟୁ ଇର୍ଫାନ ବୋଲି ଲେଖିଛନ୍ତି।

Related posts

ସ୍ପ୍ରିଡ଼ ଜଗୁଛି ଲେଜର ଗନ କ୍ୟାମେରା

mahabharatanews

ରାଜ୍ୟର ସମସ୍ତ ରାଜପଥ ହେବ ୪ ଲେନ ବିଶିଷ୍ଟ : ପୂର୍ତ୍ତ ମନ୍ତ୍ରୀ

mahabharatanews

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

mahabharatanews