ଓଡିଶା

ମହିଳାଙ୍କୁ ଦଳି ଦେଲା ଦନ୍ତା

(ମହାଭାରତ, ରେଢାଖୋଲ): ସମ୍ବଲପୁର ଜିଲ୍ଲା ରେଢାଖୋଲ ରେଞ୍ଜ ଅନ୍ତର୍ଗତ ହେମାମୁରା ଗାଁରେ ଏକ ଅଘଟଣ ଘଟିଛି । ଏଠାରେ ଜଣେ ମହିଳାଙ୍କୁ ଏକ ଦନ୍ତା ଦଳି ଦେଇଛି । ମୃତ ମହିଳା ଜଣକ ପ୍ରଭାତୀ ପ୍ରଧାନ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ମହିଳା ଜଣକ ତାଙ୍କ ଘର ବାରିପଟକୁ ଶୌଚ ପାଇଁ ଯାଇଥିଲେ । ଏହି ସମୟରେ ଦନ୍ତାଟି ସେଠାରେ ପହଞ୍ଚି ଥିଲା । ମହିଳା ଜଣକ ସେଠାରୁ ଖସି ଆସିବାକୁ ଉଦ୍ୟମ କରିବା ବେଳେ ଦନ୍ତାଟି ତାଙ୍କୁ ଦଳି ଦେଇଥିଲା । ତେବେ ମହିଳା ଜଣକୁ ଘରକୁ ନ ଫେରିବାରୁ ତାଙ୍କ ପରିବାର ଲୋକେ ଖୋଜାଖୋଜି କରିଥିଲେ । ପରେ ଘର ବାରିପଟୁ ତାଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ପରେ ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । କିନ୍ତୁ ବନ ବିଭାଗ ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚିବାରୁ ଗାଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ତେବେ ମୃତା ମହିଳାଙ୍କ ଶବ ଶତ୍କାର ପାଇଁ ୧୦ ହଜାର ଟଙ୍କା ଓ ସରକାରଙ୍କ ତରଫରୁ ପରିବାରକୁ କ୍ଷତିପୂରଣ ବାବଦ ୪ ଲକ୍ଷ ଟଙ୍କା ଦିଆଯିବା ନେଇ ପ୍ରତିଶୃତି ମିଳିବା ପରେ ଉତ୍ତେଜନା ଥମିଥିଲା । କିଛିଦିନ ଧରି ଏଠାରେ ହାତୀ ଆତଙ୍କ ଖେଳାଉଥିବା ସୂଚନା ମିଳିଛି ।

Related posts

ରୋମାନ୍ସ ମୁଡ଼କୁ ଆଣିବା ଟିପ୍ସ

mahabharatanews

କୂଅରେ ଖସିଲା ହାତୀ

mahabharatanews

ଆସନ୍ତାକାଲିଠୁ ବସ୍ ମାଲିକ ସଂଘର ପ୍ରତିବାଦ 

mahabharatanews