ଓଡିଶା

ମହିଳା ମହାବିଦ୍ୟାଳୟରେ ସ୍ବଛ ଭାରତ କାର୍ଯ୍ୟକ୍ରମ

ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି: ଜାତୀୟ ସେବା ଯୋଜନା ଓ ନେହେରୁ ଯୁବ କେନ୍ଦ୍ରର ମିଳିତ ଉଦ୍ୟମରେ ମାଲକାନଗିରି ମହିଳା ମହାବିଦ୍ୟାଳୟ ପରିସର ଠାରେ ସ୍ବଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହିଳା ମହାବିଦ୍ୟାଳୟ ପରିସରରେ ପଡିଥିବା ପ୍ଲାଷ୍ଟିକ୍ ବୋତଲ,ପ୍ୟାକିଂ ଜରିକୁ ସଂଗ୍ରହ କରାଯାଇ ଏକତ୍ର କରାଯାଇଥିଲା । ନିଜେ ସ୍ବଛ ରହିବା ସହ ପରିବେଶ କିପରି ପରିସ୍କାର ପରିଛନ୍ନ ରହିବ ସେ ସଂପର୍କରେ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ନିମନ୍ତ୍ରିତ ଅତିଥିମାନେ ବକ୍ତବ୍ୟ ମାଧ୍ୟମରେ ସଚେତନ କରିଥିଲେ । ପ୍ଲାଷ୍ଟିକ ସାମଗ୍ରୀ ଆଜି ଆମ ପାଇଁ କିପରି ବିରାଟ ସମସ୍ୟା ହୋଇ ଠିଆ ହୋଇଛି, ସେ ସଂପର୍କରେ ବିଷଦ ଭାବେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରେଡକ୍ରସ କାଉଁନସିଲର ଶୋଭା ଚୌଧୁରୀ, ଅଧ୍ୟାପକ ଶ୍ରୀକାନ୍ତ ସାମଲ ଏବଂ ଗୀତାଞ୍ଜଳି ରଥ ପ୍ରମୁଖ ଯୋଗ ଦେଇଥିଲେ ।

Related posts

ବାଲୁକା କଳା ମାଧ୍ୟମରେ ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ

mahabharatanews

 ୩ଟି ରେଞ୍ଜର ୩୬୦ଟି ସ୍ଥାନରେ ଲାଗିଛି ନିଆଁ

mahabharatanews

ଭେଣ୍ଡିଆ ପୁଅ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

mahabharatanews