Uncategorized

ମାଂସ ବାଇଗଣ

(ମହାଭାରତ ): ଆପଣ ମାଂସ ରେ ବିଭିନ୍ନ ପ୍ରକାର ଆଇଟମ କରି ଖାଇଥିବେ । କେବେ ବାଇଗଣ ଓ ମାଂସ ମିଶାଇ କିଛି ଆଇଟମ ପ୍ରସ୍ତୁତ କରିଛନ୍ତି କି? ଯଦି ନାଁ ତେବେ ଆଜି ଆମ ରେସିପିକୁ ପଢନ୍ତୁ ଏବଂ ପ୍ରସ୍ତୁତ କରନ୍ତୁ ମାଂସ ବାଇଗଣ । ନିଜେ ଖାଆନ୍ତୁ ଓ ଅନ୍ୟକୁ ଖୁଆନ୍ତୁ ।

ଆବଶ୍ୟକୀୟ ସାମଗ୍ରୀ: ମାଂସ , ବାଇଗଣ, ପିଆଜ, ଗୁଜରାତି, ଅଦା ରସୁଣ ତେଜପତ୍ର, ଟମାଟୋ, ଡ଼ାଲଚିନି, ଲୁଣ ଲହଦୀ ଓ ତେଲ ।
ପ୍ରସ୍ତୁତି ପ୍ରଣାଳୀ: ମାଂସକୁ ପରିଷ୍କାର କରି ଛୋଟ ଛୋଟ କାଟନ୍ତୁ । ବାଇଗଣ ଏବଂ ପିଆଜକୁ ଅଲଗା ଅଲଗା କରି ଛୋଟ ଛୋଟ କାଟନ୍ତୁ । ରସୁଣ , ଅଦା, କଞ୍ଚାଲାଙ୍କାକୁ ବାଟି ନିଅନ୍ତୁ । କଡ଼େଇରେ ତେଲ ପକାଇ ଡ଼ାଲଚିନି, ଗୁଜରାତି, ତେଜପତ୍ରକୁ ଫୁଟାଇ ନିଅନ୍ତୁ । ପିଆଜ ଭାଜି ନେଇ ସେଥିରେ ମାଂସ , ଟମାଟୋ ପକାନ୍ତୁ ଏବଂ ରସୁଣ , ଅଦା ବଟା ପକାଇ ଅଳ୍ପ ଆଞ୍ଚରେ ସିଝାନ୍ତୁ । ମାଂସ ସିଝିଯିବା ପରେ କଟା ବାଇଗଣକୁ ପକାଇବେ ଏବଂ ବାଇଗଣ ସିଝି ଭାଜିବା ଭଳି ହେଲେ ଓହ୍ଳାଇବେ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ମାଂସ ବାଇଗଣ । ଏହା ଆପଣଙ୍କୁ ଭଲ ଲାଗିବ ନିଶ୍ଚିତ ।

Related posts

ଇରାନ ଯିବେ ଭାରତୀୟ ବିଶେଷଜ୍ଞ ଦଳ

mahabharatanews

ଟ୍ରକରୁ ସାଢେ ୩ ଲକ୍ଷ ଟଙ୍କାର ପିଆଜ ଚୋରି

mahabharatanews

୨୪ ଘଣ୍ଟାରେ ଇଟାଲୀରେ ୨୮ ଜଣଙ୍କ ମୃତ୍ୟୁ

mahabharatanews