Uncategorized

ମାଗଣା ବିଜୁଳୀ, ପାଣି, କୃଷକଙ୍କ ପାଇଁ ବ୍ୟବସ୍ଥା

(ନୂଆଦିଲ୍ଲୀ): ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଆମ ଆଦମୀ ପାର୍ଟି (ଆପ୍) ମଙ୍ଗଳବାର ତା’ର ଘୋଷଣାପତ୍ର ଜାରି କରିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଉପସ୍ଥିତିରେ ଏହା ଜାରି କରାଯାଇଛି । ଏଥିରେ ଜନ ଲୋକପାଳ ବିଲ ଓ ସ୍ୱରାଜ ବିଲ ଆଣିବାକୁ ଉଲ୍ଲେଖ କରାଯାଇଛି । ଏଥିରେ ପୂର୍ବଭଳି ୨୦ ହଜାର ଲିଟର ପାଣି ମାଗଣା ସହ ୨ ଶହ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମଧ୍ୟ ମାଗଣାରେ ଦେବାକୁ ଦଳ ଘୋଷଣା କରିଛି । ସେହିଭଳି ବରିଷ୍ଠ ନାଗରିକଙ୍କୁ ମାଗଣାରେ ତୀର୍ଥଯାତ୍ରା, କଚ୍ଚା ଘରକୁ ପକ୍କା କରିବା ଆଦି ବିଷୟରେ ଦଳ ଘୋଷଣା କରିଛି । ଫସଲ ହାନୀ ପାଇଁ କୃଷକଙ୍କୁ ହେକ୍ଟର ପିଛା ୫୦ ହଜାର ଟଙ୍କା ଋଣ ଛାଡ ବ୍ୟବସ୍ଥା ରଖିଛି । ସେହିପରି କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ମୃତ୍ୟୁରେ ତାଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ଅନୁଦାନ ରାଶି ମିଳିବ ବୋଲି ଘୋଷଣାପତ୍ରରେ ଉଲ୍ଲେଖ କରାଯାଇଛି । ଆପ୍ ତା’ର ଘୋଷଣାପତ୍ରରେ ଏପରି ପ୍ରାୟ ୨୮ଟି ଘୋଷଣା କରିଥିବା ଜଣାପଡିଛି । ଦିଲ୍ଲୀ ନିର୍ବାଚନ ପୂର୍ବରୁ ବିଜେପି ଓ କଂଗ୍ରେସ ସେମାନଙ୍କ ଘୋଷଣାପତ୍ର ଜାରି କରିସାରିଛନ୍ତି । ସୂଚନାଯୋଗ୍ୟ, ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ନିର୍ବାଚନ ଚଳିତମାସ ୮ ତାରିଖରେ ଆରମ୍ଭ ହେବା ପରେ ୧୧ ତାରିଖରେ ଫଳାଫଳ ପ୍ରକାଶ ପାଇବ ।

Related posts

ବନ୍ଦ ହେବ “କହାଁ ହମ୍ କହାଁ ତୁମ୍’

mahabharatanews

ଦେଶରେ ଦିନକରେ ୭୬ ହଜାର ୪୭୨ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ତାଲିବାନ ଆକ୍ରମଣରେ ୨୦ ଆଫଗାନ ସୈନିକଙ୍କ ମୃତ୍ୟୁ

mahabharatanews