Uncategorized

ମାର୍ଚ୍ଚ ୧୬ରେ ଆସ୍ଥା ଭୋଟ ପାଇଁ ବିଜେପି ଦାବି କରିପାରେ

ଭୋପାଳ: ମଧ୍ୟ ପ୍ରଦେଶ କଂଗ୍ରେସର ୨୨ ଜଣ ବିଧାୟକ ଦଳରୁ ଇସ୍ତଫା ଦେବା ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗତକାଲି ବିଜେପିରେ ମିଶିବା ପରେ ୧୫ ମାସର କମଳନାଥ ସରକାର ରାଜନୈତିକ ସଂକଟ ଦେଇ ଗତି କରୁଛି । ଏହାପରେ ବିଜେପି ସରକାରୀ ଦଳ ତାର ବହୁମତ ସାବ୍ୟସ୍ତ କରିବା ପାଇଁ ମାର୍ଚ୍ଚ ୧୬ରେ ଫ୍ଲୋର ଟେଷ୍ଟ ଦେବାକୁ ବିଜେପି ଦାବି କରିବ ବୋଲି ଆଜି ବିଜେପିର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି । ଏହି ବିଧାୟକଙ୍କ ଇସ୍ତଫା ପରେ ସରକାର ନିକଟରେ ବହୁମତ ନାହିଁ । ତେଣୁ ଏହାକୁ ନେଇ ବିଜେପି ରାଜ୍ୟପାଳ ଓ ବିଧାନସଭା ବାଚସ୍ପତିଙ୍କ ନିକଟରେ ଆସନ୍ତା ୧୬ ତାରିଖରେ ଆସ୍ଥା ଭୋଟ କରିବାକୁ ଦାବି କରିବ ବୋଲି ବିଜେପି ମଧ୍ୟପ୍ରଦେଶ ବିଧାନସଭା ନେତା ନରୋତ୍ତମ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ରାଜ୍ୟପାଳ ଓ ବାଚସ୍ପତିଙ୍କ ନିକଟରେ ୨୨ ବିଧାୟକଙ୍କ ଇସ୍ତଫାପତ୍ର ରହିଛି । ବର୍ତ୍ତମାନ ଏହା ସେମାନଙ୍କ ଉପରେ ନିର୍ଭର କରୁଛି, ସେ ଆସ୍ଥା ଭୋଟ ପାଇଁ ଡକାନ୍ତୁ । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ସରକାର ନିକଟରେ ବହୁମତ ନାହିଁ ।
ସୂଚନାଯୋଗ୍ୟ, ବିଧାନସଭାରେ କଂଗ୍ରେସର ସଂଖ୍ୟାଗରିଷ୍ଠତା ବିଜେପି ଠାରୁ ସ୍ୱଳ୍ପ ଥିଲା । ବିଜେପିର ୧୦୭ ବିଧାୟକ ଥିôବା ବେଳେ କଂଗ୍ରେସର ୧୧୪ ଥିଲା । କିନ୍ତୁ ବର୍ତ୍ତମାନ ୨୨ ଦଳ ଛାଡିଛନ୍ତି । କଂଗ୍ରେସକୁ ୪ ସ୍ୱାଧୀନ, ୨ ବିଏସପି, ୧ ଏସପି ବିଧାୟକଙ୍କ ସମର୍ଥନ ରହିଛି, ଯେଉଁମାନଙ୍କ ମଧ୍ୟରୁ କିଛି ବିଜେପିରେ ସାମିଲ ହେବାର ସମ୍ଭାବନା ରହିଛି । ଫଳରେ ଦଳ ନିକଟରେ ବହୁମତ ସ।।ବ୍ୟସ୍ତ କାଠିକର ପାଠ । ମାର୍ଚ୍ଚ ୧୬ରୁ ରାଜ୍ୟ ବଜେଟ ଅଧିବେଶନ ଆରମ୍ଭ ହେଉଛି ।

Related posts

ସୁସ୍ଥ ସମାଜ ଗଠନ ଦିଗରେ ଦାୟିତ୍ୱବୋଧ ଭୁଲିନାହାନ୍ତି ଇତିଶ୍ରୀ ପୁହାଣ

mahabharatanews

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବୁଟା ସିଂହଙ୍କ ପରଲୋକ

mahabharatanews

ସ୍ତ୍ରୀଙ୍କ ମୃତ୍ୟୁ ପରେ ମିଳିଲାନି କାନ୍ଧ: ମୃତଦେହ ସାଇକେଲରେ ରଖି ଏଣେତେଣେ ବୁଲିଲେ ବୃଦ୍ଧ

mahabharatanews