Uncategorized

କୁଲଭୂଷଣଙ୍କୁ ପକ୍ଷ ରଖିବାକୁ ଦେବ ସୁଯୋଗ ପାକ

ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ବନ୍ଦୀ ଜୀବନ ବିତାଉଥିବା କୁଳଭୂଷଣ ଯାଦବଙ୍କୁ ପାକିସ୍ତାନ ପକ୍ଷ ରଖିବାକୁ ସୁଯୋଗ ଦେବ। ଆଇସିଜେ କୋର୍ଟଙ୍କ ନିର୍ଦ୍ଦେଶ ପରେ ପ।।କିସ୍ତାନ କୁଲଭୂଷଣଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦେବାକୁ ବାଧ୍ୟ ହୋଇଛି । ପାକିସ୍ତାନ କୋର୍ଟ କୁଳଭୂଷଣଙ୍କ ବିରୋଧରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିବା ବେଳେ ଏହା ବିରୋଧରେ ଭାରତ ଇସିଜିକୁ ଯାଇଥିଲା । ମାମଲାର ଶୁଣାଣି କରି ଆଇସିଜେ କୁଲଭୂଷଣଙ୍କୁ ତାଙ୍କ ତାଙ୍କ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ କୋର୍ଟଙ୍କ ରାୟକୁ ଦୀର୍ଘ ଦିନ ଧରି ପକାଇ ରଖିଥିବା ପାକିସ୍ତ।।ନ ଶେଷସେ ରାମ ମାନିବାକୁ ବାଧ୍ୟ ହୋଇଛି ।
ପାକିସ୍ତାନର ସଂସଦ ଗୁରୁବାର ଦିନ ପାକିସ୍ତାନ ଜେଲରେ ଥିବା ଭାରତୀୟ କୁଲଭୂଷଣ ଯାଦବଙ୍କୁ ଆବେଦନ କରିବାର ଅଧିକାର ପ୍ରଦାନ ପାଇଁ ଏକ ବିଲ୍ ପାରିତ କରିଛି। ଅନ୍ତର୍ଜାତୀୟ ନ୍ୟାୟାଳୟ ପାକିସ୍ତାନ କୋର୍ଟଙ୍କ ନିଷ୍ପତ୍ତିର ସମୀକ୍ଷା ଏବଂ ପୁନର୍ବିଚାର କରିବାକୁ ପାକିସ୍ତାନ ସଂସଦକୁ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୬ରେ କୁଲଭୂଷଣଙ୍କୁ ଇରାନରୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଅପହରଣ କରି ନେଇ ତାଙ୍କ ନାମରେ ଗୁପ୍ତଚରର ମାମଲା ଦାୟର କରି ମୃତ ଆଦେଶ ଦେଇଥିଲା । ଏହା ପରେ ଭାରତ ସରକାର ଇଣ୍ଟରନେସନାଲ କୋର୍ଟ ଅଫ୍ ଜଷ୍ଟିସଙ୍କ ଦ୍ୱାରସ୍ଥ ହୋଇଥିଲା ।

 

Related posts

ହାତ ଧୋଇବା ଭିଡିଓ ସେୟାର କରି ଟ୍ରୋଲ ହେଲେ ନୁସରତ

mahabharatanews

ସେନଗରଙ୍କ ବିଧାନସଭା ସଦସ୍ୟତା ଶେଷ

mahabharatanews

ବନ୍ଧକ ଥିବା କଂଗ୍ରେସ ବିଧାୟକ ମୁକ୍ତ ହୋଇଛନ୍ତି: ଶୋଭା ଓଝା

mahabharatanews