ଓଡିଶା

ମାଲକାନଗିରିରେ ଭୁକମ୍ପ

(ମହାଭାରତ, ମାଲକାନାଗିରି): ମାଲକାନାଗିରି ଜିଲ୍ଲାରେ ଶନିବାର ପୂର୍ବାହ ୧୧ଟା୧୫ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ସ୍ଥାନୀୟ ନାୟକଗୁଡାରୁ କୋରକୋଣ୍ଡା ଅଞ୍ଚଳରେ ମୃଦୁ ଭୁକମ୍ପ ଝଟକା ହୋଇଥିବା ଜଣାପଡିଛି । ଭୂମିକମ୍ପର କେନ୍ଦ୍ର ଛତିଶଗଡର ଦକ୍ଷିଣ-ପଶ୍ଚିମ ଜଗଦଲପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ଥିବା ମାଲକାନଗିରି ଜିଲ୍ଲାପାଳ ଦେଇଛନ୍ତି । ଆଜି ୧୧ଟା ୧୫ ମିନିଟ୍ ସମୟରେ ୨ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଏଥିେରେ କିଛି ଘରର କାନ୍ଥ ଫାଟି ଯାଇଛି । ଭୂମିକମ୍ପ ଅନୁଭୂତ ହେବା ସମୟରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ପ୍ରାୟ ୨ରୁ ୩ ସେକେଣ୍ଡ ଯାଏ ଏହି ଭୂକମ୍ପ ଅନୁଭୂତ ହୋଇଛି । ତେବେ ଭୂମିକମ୍ପର ପ୍ରଭାବ ମାଲକାନଗିରି ଜିଲ୍ଲାର ଖଇରପୁଟ, ମାତିଲି ଏବଂ କୋରକୋଣ୍ଡା ଅଞ୍ଚଳରେ ପରିଲକ୍ଷିତ ହୋଇଛି । ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ, ସହରର ସାଇମନ୍ଦିରର କାନ୍ଥରେ ଫାଟ ହୋଇଥିବା ଦେଖିବାକୁ ମିଳିଛି ।

Related posts

ଆସନ୍ତାକାଲି ପୁରୀରେ ପ୍ରଦର୍ଶିତ ହେବ ‘ଆହେ ନୀଳଶଇଳ’

mahabharatanews

ମାର୍ଚ୍ଚ ୩୦ରୁ ଭୁବନେଶ୍ୱର-କେନ୍ଦୁଝରଗଡ଼କୁ ଗଡିବ ମେମୁ ଟ୍ରେନ

mahabharatanews

ଦୁଇ ଟ୍ରକ ମଝିରେ ଚାଲିଗଲା ସ୍ୱାମୀ-ସ୍ତ୍ରୀ ଙ୍କ ଜୀବନ

mahabharatanews