(ମହାଭାରତ, ପୁନେ): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି । ଶନିବାର ମଧ୍ୟାହ୍ନ ସୁଦ୍ଧା ଆଉ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁନେର ଜଣେ ୪୨ ବର୍ଷିୟା ମହିଳା ଏଥିରେ ସାମିଲ ଅଛନ୍ତି । ମହିଳା ଜଣକ ଏଠାରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ପ୍ରଥମେ ନିମୋନିଆ ହୋଇଥିବା ବେଳ ସେ ଚିକିତ୍ସାଧିନ ରହିଥିଲେ । ଏହାପରେ ତାଙ୍କର ରକ୍ତ ନମୂନା ପୁଣି ପରୀକ୍ଷା କରାଯିବାରୁ କୋଭିଡ-୧୯ ଭୁତାଣୁରେ ସେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି । ସେହିପରି ଅନ୍ୟ ଆକ୍ରାନ୍ତ ଜଣକ ଆୟର୍ଲାଣ୍ଡରୁ ଫେରିଥିବା ଜଣାଯାଇଛି । ଏହାକୁ ମିଶାଇ ଏବେ ପୁନେରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି । ସେହିପରି ମହାରାଷ୍ଟ୍ରରେ ସମୁଦାୟ ୬୩ ଜଣ ଏଯାଏ ଆକ୍ରାନ୍ତ ହୋଇଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନକୁ ‘ଜନତା କର୍ଫୁ’ ପାଳନ କରିବାକୁ ଅନୁରୋଧ କରିଛନ୍ତି । ଏହାକୁ ବିଭିନ୍ନ ରାଜ୍ୟର ସରକାର ସମର୍ଥନ କରିଛନ୍ତି ।
previous post
next post
