Uncategorized

ମାଲ୍ୟାଙ୍କ ସମ୍ପତ୍ତି ବିକି ଋଣ ସଂଗ୍ରହ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ: ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟର ବିଶେଷ ଅଦାଲତ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଓ ବହୁ ଅନ୍ୟ ବ୍ୟାଙ୍କକୁ ବିଜୟ ମାଲ୍ୟାର ଜବତ ହୋଇଥିବା ସମ୍ପତ୍ତି ବିକ୍ରିକରି ଋଣ ଅର୍ଥ ସଂଗ୍ରହ କରିବାକୁ ଅନୁମତି ପ୍ରଦାନ କରିଛନ୍ତି ।

ମାଲ୍ୟାର ଓକିଲ କୋର୍ଟଙ୍କ ନିଷ୍ପତ୍ତି ଉପରେ ଆପତ୍ତି ଉଠାଇ କହିଥିଲେ, ଏହା କେବଳ ଡେଟ ରିକଭରୀ ନ୍ୟାୟାଧିକରଣ କରି ପାରନ୍ତି । ତେବେ ପିଏମ ଏଲଏ କୋର୍ଟ ଏହି ନିର୍ଣ୍ଣୟ ଉପରେ ୧୮ ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତାଦେଶ ଜାରି କରିଛନ୍ତି, ଯେମିତି ମାଳ୍ୟା ଏହି ଆଦେଶ ବିପକ୍ଷରେ ବମ୍ବେ ହାଇକୋର୍ଟରେ ଅପିଲ କରି ପାରିବେ ।

ଉଲ୍ଲେଖ ଯୋଗ୍ୟ, ପ୍ରାୟ ନ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ, ଠକେଇ, ମନି ଲେଣ୍ଡରିଆ ପରି ମାମଲାରେ ବ୍ରିଟେନରେ ମାଲ୍ୟା ମକଦମା ଲଢୁଛନ୍ତି । ଡିସେମ୍ବର ମାସରେ ମାଲ୍ୟା ମାମଲାରେ ଲଣ୍ଡନ କୋର୍ଟ ନିଜର ନିଷ୍ପତ୍ତି ସୁରକ୍ଷିତ କରିଥିଲେ । ଏହି ମାମଲାରେ କୋର୍ଟ ଜାନୁଆରୀ ମାସରେ ରାୟ ପ୍ରକାଶ କରି ପ।।ରନ୍ତି । ସେହିପରି ମାଲ୍ୟାଙ୍କ ନାମରେ ଦାୟର ହେ।।ଇଥିବା ଦିବାଲିଆ ଘୋଷିତ ହେବାର ଯାଚିକା ଖାରିଜ ହୋଇପାରେ ବା ରଦ୍ଦ ହୋଇପାରେ । ଅନୁମାନ କରାଯାଉଛି, ଭାରତୀୟ ସୁପ୍ରିମ କୋର୍ଟରେ ମାଲ୍ୟା ଦେଇଥିବା ପ୍ରସ୍ତାବ ଉପରେ ସହମତି ପ୍ରକାଶ ନ ପାଇଲେ ଯାଚିକା ସ୍ଥଗିତ ରହିପାରେ ଓ ୟୁକେ କୋର୍ଟ ଭାରତୀୟ ନିୟମଗୁଡିକର ପ୍ରାସଙ୍ଗିକତାକୁ ବିଚାର କରିପାରେ ।

Related posts

ଛାତ୍ରୀଙ୍କୁ ଉଲଗ୍ନ ଘଟଣା: ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

mahabharatanews

ଦେଶରେ କରେ।।ନା ମୃତ୍ୟୁସଂଖ୍ୟା ୪୧୪: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

mahabharatanews

କଂଗ୍ରେସରୁ ନିଲମ୍ବିତ ହେଲେ ସୁରଙ୍କ ପୁଅ ମନ୍ମଥ 

mahabharatanews