ଓଡିଶା

ମାହାଙ୍ଗା ଡବଲ ମର୍ଡର ଘଟଣା: ତେଜିଲା ପ୍ରତାପଙ୍କ ବହିଷ୍କାର ଦାବି

ଭୁବନେଶ୍ୱର: ପୁଣି ତେଜିଲା ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ସାନି ତଦନ୍ତ ନିର୍ଦ୍ଦେଶ ପାଇଁ ସାଲେପୁର ଜେଏମଏଫସି ନିର୍ଦ୍ଦେଶ ପରେ ବିଜେପି ଜେନାଙ୍କୁ ବହିଷ୍କାର ଦାବିରେ ଅଡି ବସିଛି । ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ବିଜେପି ପକ୍ଷରୁ ବିକ୍ଷୋପ ପ୍ରଦର୍ଶନ କରିଛନ୍ତି । କୋର୍ଟଙ୍କ ନିର୍ଦେଶ ପରେ ବିଜେପି ପକ୍ଷରୁ ପିତାମ୍ବର ଆଚାର୍ୟ୍ୟ ଗଣମାଧ୍ୟମକୁ କହିଥିଲେ, ମନ୍ତ୍ରୀଙ୍କ ପ୍ରରୋଚନାରେ ପୂର୍ବତନ ମହଙ୍ଗା ବ୍ଲକ ଚେୟାରମ୍ୟାନ୍ ତଥା ବିଜେପି ନେତା କୁଲାମଣି ବରାଳ ଓ ତାଙ୍କ ସମ୍ପର୍କୀୟ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଛି । ଏଣୁ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିସ୍କାର କରାଯାଉ । ସେହିପରି ଏହି ପ୍ରସଙ୍ଗରେ ଜୁଡିସିଆଲ ତଦନ୍ତ ପାଇଁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

 

Related posts

 ଆଗାମୀ ୨୪ ଘଣ୍ଟାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ

mahabharatanews

ଆଜିଠାରୁ ରାଜ୍ୟରେ ବିଦ୍ଧିବଦ୍ଧ ଭାବେ କାର୍ଯ୍ୟକରିବ ଡିଲଏଟ କମ୍ପାନୀ

mahabharatanews

ରାସ୍ତା ନ ଥିବାରୁ ପ୍ରସୂତି ଚାଲିଲେ ୫ କିମି

mahabharatanews