ଓଡିଶା

ବବିଙ୍କୁ ନେଇ ବିବାଦ

ଭୁବନେଶ୍ୱର: ଓଲିଉଡ ଜଗତର ଜଣାଶୁଣା ଅଭିନେତା ବବି ମିଶ୍ରଙ୍କୁ ନେଇ ଆସିଲା ସାଙ୍ଘାତିକ ଅଭିଯୋଗ । ପଡୋଶୀଙ୍କୁ ନିଶାସକ୍ତ ଅବସ୍ଥାରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ବବିଙ୍କୁ କିଛି ସମୟ ଥାନାରେ ଅଟକି ରଖି ପଚରା ଉଚରା କରିବା ପରେ ତାଙ୍କୁ ଛାଡି ଦେଇଥିବା ଜଣାଯାଇଛି । ମଦ ନିଶାରେ ବନ୍ଧୁକ ଦେଖାଇ ପଡୋଶୀଙ୍କ ପତ୍ନୀଙ୍କୁ ବିବାହ କରିବା ପାଇଁ ଜିଦ ଧରିଥିବା ନେଇ ବବିଙ୍କ ପାଁରେ ପଡୋଶୀ ଆଣିଥିଲେ ଅଭିଯୋଗ । ବବିଙ୍କ ଦୌରାତ୍ମ୍ୟ ବଢୁଥିବା ସହ ବବି ଓ ତାଙ୍କ ସହଯୋଗୀ ମାନେ କିଶି ଉତ୍ପାତ କରୁଥିବା ଅଭିଯୋଗ ହୋଇଛି । ଏଥିସହ ପୋଲିସରେ ଅଭିଯୋଗ କଲେ ଜୀବନରୁ ମାରି ଦେବା ପାଇଁ ବବି ତାଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିବା ମଧ୍ୟ କହିଛନ୍ତି ପଡୋଶୀ । ତେବେ ଏ ସମସ୍ତ ଅଭିଯୋଗ ଭିତ୍ତିହୀନ କହି ଖଣ୍ଡନ କରିଛନ୍ତି ଅଭିନେତା ବବି ମିଶ୍ର । ଏ ଘଟଣା ସମ୍ପର୍କରେ ବବିଙ୍କ ପ୍ରତିକ୍ରିୟା ରହିଛି ସମ୍ପୂର୍ଣ୍ଣ ଭିନ୍ନ । ଅଭିଯୋଗ କରିତିବା ପଡୋଶୀ ମୋର ଅତି ଘନିଷ୍ଠ, ଏବଂ କୌଣସି ରାଗ ରୁଷାକୁ ନେଇ ଏଭଳିସମସ୍ୟା ହୋଇଥିବା ବବି ପୋଲିସକୁ କହିଛନ୍ତି । ଗାଡି ପାର୍କିଂକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଏବଂ ଯୁକ୍ତିତର୍କ ହୋଇଥିଲା ବୋଲି ବବି ପ୍ରକାଶ କରିଛନ୍ତି ।

Related posts

 ଦୁର୍ବଳ ହେଉଛି କରୋନା: ରାଜ୍ୟରେ ୨୪ ଘଣ୍ଟାରେ ୧୬୧୭ ସଂକ୍ରମିତ ଚିହ୍ନଟ

mahabharatanews

ଭୁବନେଶ୍ୱରରୁ ଗୋମାଂସ ପ୍ୟାକେଟ୍ ଜବତ   

mahabharatanews

ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

mahabharatanews