ଭୁବନେଶ୍ୱର: ପୂର୍ବତନ ଭିଜିଲାନ୍ସ ଡିଏସପି ହିମାଂଶୁ ଶେଖର ମିଶ୍ରଙ୍କୁ ରାଜ୍ୟ ମାନବାଧିକାର ଆୟୋଗ ନିର୍ଦ୍ଦେଶ । ମିତ୍ୟା ଲାଞ୍ଚ କାରବାର ଅଭିଯୋଗରେ ଜଣେ ଜେଇଙ୍କୁ ଗିରଫ କରିବାକୁ ନେଇ ୫ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି ମାନବାଧିକାର ଆୟୋଗ ।
୨୦୧୭ ମାର୍ଚ ୨୪ରେ ଢେଙ୍କାନାଳ ଜିଲ୍ଲା କାମାଖ୍ୟାନଗର ଏନଏସି ଜେଇ ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କୁ ଏକ ଲାଞ୍ଚ କାରବାର ଅଭିଯୋଗରେ ଗିରଫ କରିଥିଲେ ହିମାଂଶୁ । ଜେଇଙ୍କ ନାମରେ ଏକ ମିଥ୍ୟା ମାମଲା ମଧ୍ୟ ରୁଜୁ କରାଯାଇଥିଲା । ଏହି ଗିରଫଦାରି ବିରୋଧରେ ରାଜ୍ୟ ମାନବାଧିକାର କମିଶନର ଦ୍ୱାରସ୍ଥ ହୋଇଥିଲେ ରାଜେନ୍ଦ୍ର ପ୍ରସାଦ ମିଶ୍ର ।
previous post
next post
