ଗୋପ: ଗତକାଲି ଅପରାହ୍ନରେ କୋଣାର୍କ ରାସ୍ତାର ଗୋପ ସାରଡା ଛକ ଠାରେ ଥିବା ମିଲ୍କ ମୁଁ ଘରୋଇ କ୍ଷୀର କଂପାନୀରେ ଏକ ଅଘଟଣ ଘଟିଛି । କଂପାନୀର ପ୍ଲାଣ୍ଟ ମଧ୍ୟରୁ ଆମୋନିଆ ଗ୍ୟାସ ଲିକ୍ ହୋଇଥିବା ବେଳେ ଏକ ବଡ ଅଘଟଣରୁ ଅଳ୍ପକେ ଵର୍ତିଯାଇଛନ୍ତି କଂପାନୀର କର୍ମଚାରୀ । ଲିକ୍ ହୋଇଥିବା ଆମୋନିଆ ଗ୍ୟାସ ବନ୍ଦ କରିବା ପାଇଁ ଗୋପ ଓ କୋଣାର୍କର ୪ ଦମକଳ ଗାଡି ସହ ୨୦ରୁ ଊଦ୍ଧ୍ୱର୍ ଅଗ୍ନିଶମ କର୍ମଚାରୀ ନିଯୁକ୍ତ ହୋଇଥିଲେ । ଗ୍ୟାସ ଲିକେଜ ହେବାରୁ ୩ଶହରୁ ଉର୍ଦ୍ଧ କର୍ମଚାରୀଙ୍କ ଜୀବନ ବିପଦରେ ପଡିଯାଇଥିଲା।ଫଳରେ ଭୟରେ କଂପାନୀ ପଛପଟ ଦେଇ ବାହାରକୁ ଦୌଡ଼ି ପଳେଇ ଆସିଲେ କିଛି କର୍ମଚାରୀ ।ଖବରପାଇ ପୋଲିସ ଫୋର୍ସ ସହ ଘଟଣା ସ୍ଥଳରେ ପହଚିଂଥିଲେ ଗୋପ ତହସିଲଦାର ପୃଥିରାଜ ମଣ୍ଡଳ ।ପ୍ରାୟ ୩ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ଅଗ୍ନିଶମ କର୍ମଚାରୀମାନେ ଗ୍ୟାସ ଲିକ୍ ବନ୍ଦ କରିଥିଲେ ।
ଘଟଣାର ତଦନ୍ତ ପରେ ତହସିଲଦାର ନିଜର ପ୍ରତିକ୍ରିୟା ଦେଇ କୁହନ୍ତି ସେପରି କିଛି ବଡ଼ ଧରଣର ଅଘଟଣ ହୋଇନାହିଁ । ସ୍ଥିତି ନିୟନ୍ତ୍ରଣ ମଧ୍ୟରେ ରହିଛି। ସେପଟେ ଏନେଇ କଂପାନୀର ଗୋପ ଵ୍ରାଞ୍ଚ ଏ.ଜି.ଏମ କେତନ ମିଶ୍ରଙ୍କୁ ପଚାରିଵାରେ ସେ କୁହନ୍ତି ତାଙ୍କର ଉପରିସ୍ତ ଅଫିସର ଅଛନ୍ତି,ସେକୋଣସି ଉତର ଦେଇପାରିବେ ନାହିଁ ।
ଏଠି ପ୍ରଶ୍ନ ଉଠୁଛି ଯଦି ବିଶେଷ କିଛି ହୋଇନଥିଲା ତେବେ ୨ଘଣ୍ଟା ରୁ ଊଦ୍ଧ୍ୱର୍ ସମୟ ଧରି ୪ଟା ଅଗ୍ନିଶମ ଗାଡିର କର୍ମଚାରୀମାନେ କଣ କରୁଥିଲେ? ଅଗ୍ନିଶମ ବିଭାଗ ର ଜଣେ ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ଭିତରେ ମିଟିଙ୍ଗ ଚାଲୁଚି । କେବଳ ଆଜି ନୁହେଁ ଏପରି ବିଭିନ୍ନ ଅଘଟଣ ଭିନ୍ନ ଭିନ୍ନ ସମୟରେ ଏହି ପ୍ଲାଣ୍ଟ ମଧ୍ୟରେ ଘଟୁଥିଲେ ମଧ୍ୟ ପ୍ରଶାସନ ସବୁ ଜାଣି ମଧ୍ୟ ଚୁପ ରହିଛି । ପ୍ରଶାସନର ଚୁପୀର ପଛର କାରଣକୁ ନେଇ ଚର୍ଚ୍ଚା ହେଉଛି । ଏହି ଘରୋଇ କ୍ଷୀର କମ୍ପାନୀ ସହ ପ୍ରଶାସନର କୌଣସି ସଲାସୁତରା ଚାଲିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଏଠାରେ ସବୁଠାରୁ ବଡ ପ୍ରଶ୍ନ, ଯଦି କିଛି ଅଘଟଣ ହୋଇନାହିଁ କଣ ପାଇଁ କମ୍ପାନୀର ଅଧିକାରୀ କ୍ୟାମେରାକୁ ସାମ୍ନା କରିବାକୁ ମନା କରିଦେଇଛନ୍ତି ? ଯଦି ଏହି ଗ୍ୟାସରୁ ପ୍ଲାଣ୍ଟ ନିକଟରେ ବସବାସ କରୁଥିବା ଲୋକମାନଙ୍କ ର କିଛି ଅସୁବିଧା ହୁଏ ସେଥିପାଇଁ ଦାୟୀ କିଏ ରହିବ ? ଗତକାଲି ହୋଇଥିବା ଗ୍ୟାସ ଲିକ୍ରେ ଯଦି କାହାର ଜୀବନ ଚାଲିଯାଇଥାନ୍ତା ତେବେ କମ୍ପାନୀ ବା ପ୍ରଶାସନ କଣ କରିଥାନ୍ତେ ବୋଲି ନାନା ପ୍ରଶ୍ନ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦେଖାଦେଇଛି ।
