(ମୁମ୍ବାଇ) : ମୁଁ ଗୋ ମାଂସ ଖାଇନି କି ପ୍ରୋତ୍ସାହନ ଦେଇନି….’ । ଶ୍ରୀମନ୍ଦିରକୁ ପ୍ରବେଶ କରିବା ଓ ମହାପ୍ରସାଦ ଖାଇବାକୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ଏଭଳି କିଛି ସ୍ପଷ୍ଟୀକରଣ ରଖିଛନ୍ତି ବ୍ଲଗର କାମ୍ୟା । ଏକ ଭିଡିଓ ବାର୍ତ୍ତା ଜାରି କରି ସେ କହିଛନ୍ତି, ‘ମୁ ଜଣେ ହିନ୍ଦୁ । ମୁଁ କେବେ ଗୋ ମାଂସ ଖାଇନି କି ପ୍ରୋତ୍ସାହନ ଦେଇନି ।’
ଏହା ସହ ସେ କହିଛନ୍ତି, ମୋର ପୁରୀ ଯିବାର ଉଦ୍ଦେଶ୍ୟ ଥିଲା ଶ୍ରୀଜଗନ୍ନାଥ ଆଶୀର୍ବାଦ ପାଇବା । ମନ୍ଦିରର ନିର୍ମାଣ ଓ ସଂସ୍କୃତି ଲୋକଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟ ଥିଲା । ମାତ୍ର ଦୁର୍ଭାଗ୍ୟବଶତଃ ମୋର ଏହି ଭ୍ରମଣ ବିବାଦୀୟ ହୋଇପଡ଼ିଛି । ପୁରୀ ମନ୍ଦିର ଦର୍ଶନ ନିମନ୍ତେ ବିଭିନ୍ନ ନିୟମ ରହିଛି । ତେଣୁଏ ଶ୍ରୀମନ୍ଦିର ଦର୍ଶନ ବେଳେ କୌଣସି ନୀତିନିୟମ ଭଙ୍ଗ କରିନାହିଁ । ଶ୍ରୀମନ୍ଦିରର ଭିତ୍ତିଭୂମି ଓ ସଂସ୍କୃତି ଲୋକଙ୍କ ପାଖରେ ପହଞ୍ଚାଇବା ଥିଲା ମୋର ଉଦ୍ଦେଶ୍ୟ । ଦୁର୍ଭାଗ୍ୟକୁ ମୋର ଏ ଭ୍ରମଣ ବିବାଦୀୟ ହୋଇପଡ଼ିଛି ।