ଓଡିଶା

ଜାତୀୟ ଭୋଟର ଦିବସ ପାଳିତ

(ଅଜିତ ସାହୁ /ଜଳେଶ୍ୱର) : ଜଳେଶ୍ବର ଜଗନ୍ନାଥ ଡିଗ୍ରୀ କଲେଜ ପରିସରରେ ପଞ୍ଚାୟତ ସମିତି ଜଳେଶ୍ବର ଆନୁକୂଲ୍ୟରେ ୧୦ମ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି। ବିଡ଼ିଓ ନିତ୍ୟାନନ୍ଦ ସାହୁଙ୍କ ଅଧକ୍ଷତାରେ ଅତିଥି ଭାବରେ ଜିପିଓ ମାୟାଧର ମଲ୍ଲିକ, ମୁଖ୍ୟ କିରାଣୀ ଅଧିର କୁମାର ପ୍ରାମାଣିକ,କଲେଜ ଅଧଖ୍ୟା ଜୋତ୍ସ୍ନା ଘୋଷ, ଭିଜିଟିଙ୍ଗ ପ୍ରଫେସର ଭାବେ କଟକ ରେଭେନ୍ଶା ୟୁନିଭରର୍ସିଟି ର ବିଜୟ କୁମାର ବହିଦାର ଯୁଗଦେଇ ଯୁବଶକ୍ତି ସହଯୋଗ କଲେ ଗଣତନ୍ତ୍ର ସୁଦୃଢ ହୁଇପାରିବ। ଗଣତନ୍ତ୍ରର ପ୍ରକୃତ ଅସ୍ତ୍ର ହେଉଛନ୍ତି ଭୋଟର “ଆମେ ଭାରତର ନାଗରିକବୃନ୍ଦ, ଗଣତନ୍ତ୍ର ଉପରେ ନିଜର ପୂର୍ଣ ଆସ୍ଥା ରଖି ଶପଥ ନେବା ଉଚିତ ଯେ , ଆମେ ନିଜ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ର ମଯ୍ୟାଦା ବଜାୟ ରଖିବୁ। ତଥା ମୁକ୍ତ ,ଅବାଧ,ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗରୀମାକୁ ଅଖୁର୍ଣ୍ଣ ରଖି ,ନିର୍ଭିକ ଭାବେ ଜାତି,ଧର୍ମ,ବର୍ଣ୍ଣ, ଗୋଷ୍ଠି,ଭାଷା ସହିତ କୌଣସି ପ୍ରଲୋଭନରେ ପ୍ରଭାବିତ ନ ହୁଈ ପ୍ରତେକ ନିର୍ବାଚନରେ ନିଜର ମତାଧିକାର କରିବୁ” ବୁଲି ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ସଂକଳ୍ପ କରାଇ ଥିଲେ।

Related posts

ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲରେ ଶ୍ରୀ ପାଣ୍ଡିଆନ୍

mahabharatanews

୨୦ ରୁଟ୍‌ରେ ଚାଲିବନି ସରକାରୀ ବସ

mahabharatanews

କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମାନସ ମଙ୍ଗରାଜଙ୍କ ଅଭିନନ୍ଦନ

mahabharatanews