ଓଡିଶା

କୋଭିଡ କେୟାର ସେଣ୍ଟର ସବୁ ବନ୍ଦ କରିବାକୁ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ ଥିବା ସବୁ କୋଭିଡ଼ କେୟାର ସେଣ୍ଟର ବନ୍ଦ ହେବ । ରାଜ୍ୟର ସବୁ ଘରୋଇ ଓ ସରକାରୀ କୋଭିଡ଼ ସେଣ୍ଟର ବନ୍ଦ କରିବା ନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ୍ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଏହି ନିଷ୍ପତ୍ତି କୋଭିଡ଼ ଟେକ୍ନିକାଲ କମିଟି ସୁପାରିସ ଆଧାରରେ ନିଆଯାଇଛି।
ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ୍ କମିସନରଙ୍କୁ ଚିଠି ଲେଖିଛନ୍ତି । ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ୍ ତଳମୁହାଁ ହୋଇଛି । ତେଣୁ ରାଜ୍ୟର କୋଭିଡ଼ କେୟାର ସେଣ୍ଟର ବନ୍ଦ କରାଯିବ । ଯଦି କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବେ, ତେବେ ଆକ୍ରାନ୍ତ ଡିସ୍ଚାର୍ୟ ହେବା ପର୍ୟ୍ୟନ୍ତ ଚିକିତ୍ସା ଜାରି ରହିବ । ତେବେ ତୄତୀୟ ଲହରକୁ ଦୄଷ୍ଟିରେ ରଖି ଡେଡିକେଟେଡ କୋଭିଡ଼ ହେଲ୍ଥ ସେଣ୍ଟର ଏବଂ ଡେଡିକେଟେଡ କୋଭିଡ଼ କେୟାର ସେଣ୍ଟର ଖୋଲା ରହିବ । ଯଦି କୌଣସି ଆକ୍ରାନ୍ତ ଚିକିତ୍ସିତ ହେଉନଥିବେ ତେବେ ସରକାରଙ୍କ ଦ୍ବାରା ପରିଚାଳିତ ଘରୋଇ କୋଭିଡ଼ ହସ୍ପିଟାଲ ବନ୍ଦ ହେବ। କିନ୍ତୁ ଆଗାମୀ ଲହର ପାଇଁ ହସ୍ପିଟାଲଗୁଡିକ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି।

 

Related posts

ସଡକ ଦୂର୍ଘଟଣାରେ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କ ମୃତ୍ୟୁ

mahabharatanews

ମଜୁରୀ ସମୟରେ ଦେବାକୁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ 

mahabharatanews

ବହଳଦା ବ୍ଲକରୁ ଉଦ୍ଧାର ହେଲା ଗୁପ୍ତଚର ପାରା, ଫାଣ୍ଡିରେ ଜିମା ଦେଲେ ଉଦ୍ଧାରକାରୀ

mahabharatanews