ଓଡିଶା

ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସରକରାଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର : ଟ୍ୱିନସିଟିରେ ମିଳୁ ମେଟ୍ରୋ ସେବା । ଏନେଇ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସାଂସଦ ଅପରାଜିତା ଉଭୟ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରସରକାରଙ୍କୁ ଚିଠି ମାଧ୍ୟମରେ ମେଟ୍ରୋ ରେଳ ସେବା ନେଇ ଅନୁରୋଧ କରିଛନ୍ତି । ଭୁବନେଶ୍ୱର–କଟକରେ ଲୋକଙ୍କ ସୁବିଧା ପାଇଁ ଏହି ରେଳ ସେବା ଆରମ୍ଭ କରିବାକୁ ସେ ଜଣାଇଛନ୍ତି । ଜନସାଧାରଣଙ୍କ ଯାତାୟତକୁ ସରଳ ସୁବିଧା କରିବାକୁ ମେଟ୍ରୋ ସେବା ଆରମ୍ଭ କରାଯିବାର ଆବଶ୍ୟକ ରହିଛି ।

ଏ ନେଇ ସେ କେନ୍ଦ୍ର ନଗର ଉନ୍ନୟନ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ସୁଦ୍ଧା ଦେଶର ମେଟ୍ରୋ ଟ୍ରେନ୍ ସେବା ୨୫ ସହର ଛୁଇଁବ ବୋଲି କହିଥିଲେ । ୨୦୧୪ରେ ୫ଟ ସହରରେ ମେଟ୍ରୋ ଟ୍ରେନ୍ ସେବା ଉପଲବ୍ଧ ଥିଲା । ଏବେ ୧୮ ଟି ସହରରେ ମେଟ୍ରୋ ଟ୍ରେନ୍ ସେବା ଲୋକଙ୍କ ପାଇଁ ରହିଛି । ତେବେ ୨୦୨୫ ସୁଦ୍ଧା ଏହି ମେଟ୍ରୋ ଟ୍ରେନ୍ ସେବା ୨୫ଟି ସହରରେ ପହଂଚାଇବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ।

Related posts

ନିଯୁକ୍ତି ବନ୍ଦକୁ ନେଇ ସରକାରଙ୍କ ସ୍ପଷ୍ଟିକରଣ

mahabharatanews

ଇତିହାସ ଦେଖିଲେ ଲୋକଙ୍କ ଆସ୍ଥା ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି, ବିଜେଡି ପାର୍ଥିନି ଭଲ ଭୋଟରେ ଜିତିବେ

mahabharatanews

ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିଲା ବିମାନ

mahabharatanews