ଓଡିଶା

ଶତାଧିକ ଲୋକଙ୍କ ସୁଖ, ଦୁଃଖ ବିଭିନ୍ନ ସମସ୍ୟା ପଚାରି ବୁଝିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ/ଜ୍ୟୋତିରଞ୍ଜନ ଧର : ଅନୁଗୁଳ ଜିଲ୍ଲା ଗୋଡ଼ିବନ୍ଧ-ସୁନାଖଣି ନୂତନ ରେଲୱେ ଷ୍ଟେସନକୁ ଦିନିକିଆ ଗସ୍ତରେ ଆସିଛନ୍ତି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଳଚେର ଉପଖଣ୍ଡ କଣିହାଁ ବ୍ଲକ୍ ଗୋଡିବନ୍ଧ ସ୍ଥିତ ନବନିର୍ମିତ ସୁନାଖଣି ରେଳ ଷ୍ଟେସନ ପରିଦର୍ଶନ କରି ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି। କଣିହାଁ ବ୍ଲକ୍ ଅନ୍ତର୍ଗତ ପବିତ୍ରନଗର, କଣିହାଁ ଓ ରେଙ୍ଗାଳି ମଣ୍ଡଳ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶତାଧିକ ଲୋକଙ୍କ ବିଭିନ୍ନ ସମସ୍ୟା ଓ ଦାବୀ ସମ୍ପର୍କରେ ପଚାରି ବୁଝିଥିଲେ।

ସୁନାଖଣି ଠାରୁ ପବିତ୍ର ନଗର ପର୍ଯ୍ୟନ୍ତ କାମକୁ ତ୍ୱରାନିତ ପାଇଁ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଅନୁରୋଧ କରିଥିଲେ। ତାଳଚେର ପୁରୀ ପାସେଞ୍ଜର କୁ ସୁନାଖଣି ଷ୍ଟେସନ ପର୍ଯ୍ୟନ୍ତ ଏବଂ ସୁନାଖଣି ଠାରୁ ପୁରୀ ପର୍ଯ୍ୟନ୍ତ ଚଳାଚଳ ପାଇଁ ବିଜେପି ରାଜ୍ୟକାର୍ଯ୍ୟ କାରିଣୀ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ସଭାପତି ଅଶୋକ ମହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଅନୁରୋଧ କରିଥିଲେ। ସେହିପରି ସୁନାଖଣି ଷ୍ଟେସନକୁ ସ୍ଥାୟୀ ରାସ୍ତା ନିର୍ମାଣ ସହିତ ଆଲୋକୀକରଣ ବ୍ୟବସ୍ଥା, ସ୍ଥାନୀୟ ବେକାରୀ ଯୁବକଙ୍କୁ ନିଯୁକ୍ତି ଉପରେ ମହାନ୍ତି ନିବେଦନ କରିଥିଲେ। ନୂଆବଲଣ୍ଡା, ସୁନାଖଣି, ହରିହରପୁର ଓ କଣିହାଁ ଡ୍ରାଇଭର୍ ସଂଘ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ଥିଲା।

ବିଜେପି ରାଜ୍ଯ କାର୍ଯ୍ୟ କାରିଣୀ ସଦସ୍ୟ ମହାନ୍ତି, ପୂର୍ବତନ ସରପଞ୍ଚ ବିଜୟ ପ୍ରଧାନ, ସୁବୋଧ ପାଣି, ଯୁବନେତା ସୁନୀଲ କୁମାର ଧର, ପୂର୍ବତନ ସମିତିସଭ୍ଯ ପ୍ରଦ୍ୟୁମ୍ନ ପ୍ରଧାନ ମଣ୍ଡଳ ସଭାପତି ପ୍ରହ୍ଲାଦ ସାମଲ, ପୂର୍ବତନ ବ୍ଲକ୍ ଉପାଧକ୍ଷ୍ୟ ତ୍ରିପୁରାରୀ ପ୍ରଧାନ, ଲିଙ୍ଗରାଜ ଦାସ, ସୁମନ୍ତ ପ୍ରଧାନ ନିରଞ୍ଜନ ପ୍ରଧାନ, ସମିତ ସଭ୍ଯ ପ୍ରିୟ ରଞ୍ଜନ ମହାନ୍ତି, ପୁଷ୍ପଲତା ପ୍ରଧାନ, ବ୍ରଜନାଥପୁର ସରପଞ୍ଚ ନରେଶ ବେହେରା, ପତିତପାବନ ପ୍ରଧାନ, ଅର୍ଜୁନ ପ୍ରଧାନ, କମଳ ଲୋଚନ ନନ୍ଦ, ସଞ୍ଜୟ ପ୍ରଧାନ, ଉଚ୍ଛବ ପ୍ରଧାନ, ବିନୋଦ ଧିର, ଅନିଲ ନନ୍ଦ ଅଜିତ ଦାସ, ଲିପୁନ ବେହେରା, ସନ୍ତୋଷ ବେହେରା, ନିରଞ୍ଜନ ନନ୍ଦ, ବିଜୟ ବେହେରା ଝସକେତନ ପ୍ରଧାନ ପ୍ରମୁଖ ଶତାଧିକ ଲୋକ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ।

Related posts

୫୦୮ ଷ୍ଟେସନର ଉନ୍ନତୀକରଣର ; ଓଡ଼ିଶାରୁ ୨୫

mahabharatanews

ବକ୍ସାଇଟ୍ ଆଲୁମିନିୟମ ପାଉଡର ବସ୍ତା ବୋଝେଇ ଚୋରା ଚାଲାଣ ହେଉଥିବା ବେଳେ ଓଲଟିଲା ଭେନ…

mahabharatanews

୨ ମହଲା ଛାତ ଘର ଭୁଶୁଡି ଅନ୍ୟ ୩ ଲୋକ ପ୍ରଭାବିତ

mahabharatanews