ଓଡିଶା

ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସରକାରୀ ବାସ ଭବନରେ ମରାମତିରେ ଖର୍ଚ୍ଚ ୩ କୋଟି ୩୯ ଲକ୍ଷ ଟଙ୍କା

ରାଜ୍ୟରେ ୧୬ ମାସରେ ଘଟିଛି ୩୪୮୬ ଟି ସାଇବର କ୍ରାଇମ । ୬୯ ଟି ଡିଜିଟାଲ ଆରେଷ୍ଟ ଘଟଣା ମଧ୍ୟ ଘଟିଛି । ସାଇବର ଅପରାଧରେ ୭୨୭ ଜଣ ଗିରଫ ହୋଇଥିବା ବେଳେ ୧୦୪ ଟି ଘଟଣାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ ହୋଇଛି । ଉକ୍ତ ଅପରାଧ ଗୁଡିକରେ ୨୨୨ କୋଟି ୯ ଲକ୍ଷ ୭୮ ହଜାର ୬୪୭ଟଙ୍କାର ଠକେଇ ଶିକାର ହୋଇଛନ୍ତି ବ୍ୟକ୍ତି । ଏଥିସହିତ ଠକେଇରେ ଶିକାର ହୋଇଥିବା ବ୍ୟକ୍ତି୬୧ ଲକ୍ଷ ୩୬ ହଜାର ୩୮୧ ଟଙ୍କା ଫେରସ୍ତ ପାଇଛନ୍ତି । ୬ କୋଟି ୭୪ ଲକ୍ଷ ୯ ହଜାର ୪୩୪ ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ଅଚଳ ହୋଇଛି । ଏନେଇ ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଅନ୍ୟପଟେ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସରକାରୀ ବାସ ଭବନରେ ମରାମତିରେ ଖର୍ଚ୍ଚ ହୋଇଛି ୩ କୋଟି ୩୯ ଲକ୍ଷ ଟଙ୍କା । ସର୍ବାଧିକ ମୁଖ୍ୟମନ୍ତ୍ରୀଙ୍କ ଦୁଇଟି ବାସ ଭବନରେ ୭୩ ଲକ୍ଷ ୫୭ ହଜାର ଟଙ୍କା । ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ୨୮ ଲକ୍ଷ ୨୧ ହଜାର ଖର୍ଚ୍ଚ କରିଥିବା ବେଳେ ଉଚ୍ଚ ଶିକ୍ଷା ମନ୍ତ୍ରୀ ୨୫ ଲକ୍ଷ ୭୨ ହଜାର, ଗଣେଶ ରାମ ସିଂ ଖୁଣ୍ଟୁଆ ୨୫ ଲକ୍ଷ ୭୪ ହଜାର ଖର୍ଚ୍ଚ କରିଛନ୍ତି । ସର୍ବନିମ୍ନ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମାତ୍ର ୫ ଲକ୍ଷ ୩୧ ହଜାର ଖର୍ଚ୍ଚ କରିଛନ୍ତି ବୋଲି ଲିଖିତ ଉତ୍ତରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।

Related posts

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୟୁନିଟ୍‌ -୨ ମାର୍କେଟ ବିଲ୍ଡିଂ ବନ୍ଦ 

mahabharatanews

ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଆରମ୍ଭ କରିବେ ଅବକାସକାଳୀନ ଶିକ୍ଷା.

mahabharatanews

କରୋନାକୁ ହରାଇ କାର୍ଯ୍ୟରେ ଯୋଗ ଦେଲେ ୨ କରୋନା ଯୋଦ୍ଧା

mahabharatanews