ଓଡିଶା

କରୋନାକୁ ହରାଇ କାର୍ଯ୍ୟରେ ଯୋଗ ଦେଲେ ୨ କରୋନା ଯୋଦ୍ଧା

(ନିର୍ମଳେନ୍ଦୁ ମିଶ୍ର/ନରସିଂହପୁର): କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡର ଆଠଗଡ ଏସଡ଼ିପିଓ ଆଲୋକ ରଞ୍ଜନ ରାୟଏବଂ ବଡ଼ମ୍ବା ଥାନା ଅଧିକାରୀ ପ୍ରଭାତ ରଞ୍ଜନ ମଲ୍ଲିକ କରୋନାକୁ ହରାଇ ଦୀର୍ଘ ଦିନର ବ୍ୟବଧାନ ପରେ କାର୍ୟ୍ୟରେ ଯୋଗ ଦେଇଛନ୍ତି । ସୂଚନା ଅନୁଯାୟୀ, ବଡମ୍ବା ଥାନା ଅଧିକାରୀ ପ୍ରଭାତ ରଞ୍ଜନ ମଲ୍ଲିକ ଗତ ଜୁନ ୨୭ ତାରିଖରେ କରୋନା ପଜିଟିଭ ଜଣାପଡିବା ପରେ ୧୦ ଦିନ ପାଇଁ କଟକ ଅଶ୍ୱିନ କୋଭିଡ ହସ୍ପିଟାଲରେ ଏବଂ ତା’ପରେ ୧୪ ଦିନ ହୋମ କ୍ୱାରେଣ୍ଟାଇନରେ ରହିଥିଲେ । ଠିକ ସେହିପରି ଆଠଗଡ଼ ଏସଡିପିଓ ଆଲୋକ ରଞ୍ଜନ ରାୟ ଜୁନ ୨୯ ତାରିଖରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ପରେ ସେ ୧୦ ଦିନ ପାଇଁ କଟକ ଅଶ୍ୱିନ କୋଭିଡ ହସ୍ପିଟାଲରେ ଏବଂ ୧୪ ଦିନ ହୋମ କ୍ୱାରେଣ୍ଟାଇନରେ ରହିଥିଲେ । ଆଜି ଏହି ଦୁଇ ଜଣ ପୋଲିସ ଅଧିକାରୀ କାର୍ଯ୍ୟରେ ଯୋଗ ଦେଇଛନ୍ତି । କଟକ ଗ୍ରାମାଞ୍ଚଳ ଏସ୍ପି ବଡ଼ମ୍ବା ଥାନାରେ ପହଞ୍ଚି ପୁଷ୍ପଗୁଚ୍ଛ ଦେଇ ସେମାନଙ୍କୁ ସ୍ଵାଗତ ଜଣାଇଥିବା ବେଳେ ଦୁହେଁ କଟକ ଜିଲ୍ଲାର ଦକ୍ଷ ପୋଲିସ ଅଧିକାରୀ ବୋଲି କହିଛନ୍ତି।

Related posts

ସଟଡାଉନ ବେଳେ ଅସୁସ୍ଥ ଗାଈର ଚିକିତ୍ସା କଲେ ଗୃହରକ୍ଷୀ

mahabharatanews

ବାଲୁକା କଳାରେ ପବିତ୍ର ମହାଶିବରାତ୍ରୀ 

mahabharatanews

ଆମ୍ବୁଲାନ୍ସ ଷ୍ଟାଫ୍‌ଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା 

mahabharatanews