ଓଡିଶା

ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଭାବ ! ଚିକିତ୍ସା ପାଇଁ ଭରସା ପଡୋଶୀ ରାଜ୍ୟ

(ସୂର୍ୟ୍ୟକାନ୍ତ ବେହେରା / ମାଲକାନଗିରି) : ରାଜ୍ୟରେ ସ୍ବାସ୍ଥ୍ୟ ସେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରି ନାହିଁ । ଦୀର୍ଘ ଦିନ ଧରି ଅବ୍ୟବସ୍ଥା ଘେରରେ ରହିଛି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ସାତ ମହଲା ବିଶିଷ୍ଟ ହସ୍ପିଟାଲଟି ବାହାରୁ ସୁନ୍ଦର ଦେଖାଯାଉଥିଲେ ସୁଦ୍ଧା ରୋଗୀ ମାନଙ୍କର ଚିକିତ୍ସା କ୍ଷେତ୍ରରେ ବାଧକ ସାଜିଛି । ତେବେ ହସ୍ପିଟାଲରେ ସବୁକିଛି କାଗଜ କଲମରେ ଚାଲିଥିବା ବେଳେ ଅବ୍ୟବସ୍ଥା ଘେରରେ ପଡି ରହିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ରୋଗୀ ଚିକିତ୍ସା ପାଇଁ ନାଁ ଅଛି ଆବଶ୍ୟକୀୟ ଯନ୍ତ୍ରାଂସ ନାଁ ଅଛନ୍ତି ଚିକିତ୍ସା ପାଇଁ ଆବଶ୍ୟକ ସଂଖ୍ୟକ ଡାକ୍ତର ।ଏହି ହସ୍ପିଟାଲ ଉପରେ ଦୈନିକ ଜିଲ୍ଲା ତଥା ପଡୋଶୀ ଜିଲ୍ଲାର ୫୦୦ରୁ ୭୦୦ ରୋଗୀ ନିର୍ଭର କରୁଥିବା ବେଳେ ଆବଶ୍ୟକୀୟ ଭିତ୍ତିଭୂମି ଅଭାବରୁ ସ୍ବାସ୍ଥ୍ୟ ସେବାରୁ ଅନେକ ରୋଗୀ ବଞ୍ଚିତ ଦେଉଛନ୍ତି । ଏପଟେ ସିଡିଏମଓଙ୍କ କହିବାନୁସାରେ ହସ୍ପିଟାଲରେ ୫୯ଜଣ ଡାକ୍ତରଙ୍କ ଆବଶ୍ୟକତା ରହିଥିବା ବେଳେ ୩୭ ଜଣ ଡାକ୍ତର ଅଛନ୍ତି । ଏମାନଙ୍କ ମଧ୍ୟରୁ ୨୪ ଜଣ ସ୍ପେଶାଲିଷ୍ଟଙ୍କ ପରିବର୍ତ୍ତେ ଅଛନ୍ତି ୧୯ ଜଣ । ଆଉ ୩୫ ଗଈଈଝ ଡାକ୍ତର ଆବଶ୍ୟକତା ଥିବାବେଳେ ଅଛନ୍ତି ମାତ୍ର ୧୭ । ହସ୍ପିଟାଲକୁ ପ୍ରତ୍ୟେକ ଦିନ ନାନାଦି ସମସ୍ୟା ନେଇ ବିଭିନ୍ନ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି ହେଲେ ଆବଶ୍ୟକୀୟ ଚିକିତ୍ସା ସୁବିଧା ସହ ସିଟିସ୍କାନ ଓ ଗଜଓ ଭଳି ପରୀକ୍ଷା ଆବଶ୍ୟକ ପଡୁ ଥିବାରୁ ଆନ୍ୟ ରାଜ୍ୟକୁ ଯାଇ ବହୁ ମାତ୍ରାରେ ଖର୍ଚ୍ଚାନ୍ତ ହେଉଛନ୍ତି ।ସେପଟେ ଏନେଇ ହସ୍ପିଟାଲ ସିଡିଏମଓ କହିଛନ୍ତି, ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ଯୋଜନା ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେବାକୁ ଯାଉଛି ଆଉ ଏହା ମାଧ୍ୟମରେ ଜିଲ୍ଲାବାସୀ ଉନ୍ନତ ମାନର ଚିକିତ୍ସା ସୁବିଧା ପାଇପାରିବେ । ତେବେ ଦେଖିବାକୁ ବାକି ରହିଲା କେବେ ବ୍ୟବସ୍ଥିତ ହେଉଛି ମେଡାକାଲ ସ୍ବାସ୍ଥ୍ୟ ସେବା ।

Related posts

କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ ଘଟଣା

mahabharatanews

ଭୀମସାର ନିର୍ଦ୍ଦେଶକ ଲଳିତ ମେହେରଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନ

mahabharatanews

ଶିବଲିଙ୍ଗ ନା ଫବୱାରା

mahabharatanews