ଓଡିଶା

ମୁମ୍ବାଇ ପୁଲିସର ୨୫୦ ଜଣ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନା ଭୟଙ୍କର ରୂପ ନେବାରେ ଲାଗିଛି । ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଛି । ତେବେ ମହାରାଷ୍ଟ୍ରରେ ଏହି ସ୍ଥିତି ସବୁଠାରୁ ଉଦ୍ବେଗ ଜନକ ରହିଛି । ସେହିପରି ମହାରାଷ୍ଟ୍ରର ମୁମ୍ବାଇର ସ୍ଥିଚି ସାଂଘାତିକ । ମୁମ୍ବାଇରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୫୨୭କୁ ପହଞ୍ଚି ଯାଇଛି। ଏଯାବତ ପ୍ରାୟ ୪୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇସାରିଛି। ସବୁଠାରୁ ଚିନ୍ତାର ବିଷୟ କି ମୁମ୍ବାଇ ପୁଲିସର ୨୫୦ଜଣ ସଂକ୍ରମିତ ହୋଇଛନ୍ତି ବୋଲି ମୁମ୍ବାଇ କମିସନର ପରମବୀର ସିଂହ ଗୁରୁବାର ସୂଚନା ଦେଇଛନ୍ତି। କିମସନର ସିଂହ କହିଛନ୍ତି, ଉକ୍ତ କର୍ମଚାରୀଙ୍କ ପରୀକ୍ଷା ପଜିଟିଭ୍‌ ଆସିଛି। କିନ୍ତୁ ଆଶ୍ୱସ୍ତିର କଥା ହେଉଛି ଏହି ପୁଲିସ କର୍ମଚାରୀଙ୍କ କରୋନା ଲକ୍ଷଣ ବହୁତ ସାମାନ୍ୟ ରହିଛି। କାହାରିକୁ ବି ଆଇସିୟୁରେ ରଖାଯାଇ ନାହିଁ। ତେବେ ମୁମ୍ବାଇ ଭାରତର ସବୁଠାରୁ ଅଧିକ କରୋନା ପ୍ରଭାବିତ ସହର ତାଲିକାରେ ରହିଛି।

Related posts

୨୫ରେ ସୃଷ୍ଟି ହେବ ଏକ ଘୁର୍ଣ୍ଣିବଳୟ

mahabharatanews

୧୬ରୁ ପହିଲି ଭୋଗ ନୀତି, ୧୫ରେ ମକର ବେଶରେ ଦର୍ଶନ ଦେବେ ମହାପ୍ରଭୁ 

mahabharatanews

 ଯୋଗାଯୋଗରୁ  ବିଚ୍ଛିନ୍ନ ହେଲା ଚିତ୍ରକୋଣ୍ଡା,ହନ୍ତସନ୍ତ ଲୋକେ  

mahabharatanews