(ମହାଭାରତ): ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ମୁର୍ଗ ଜାଫରାନୀ ।
ଅ।ବଶ୍ୟକ ସାମଗ୍ରୀ: ଚିକେନ୍, ପିଅ ।ଜ, ଅଦା, ରସୁଣ, ନଡ଼ିଅ । କୋରା, ଶୁଖଲା ଲଙ୍କା, ପାନମଧୁରୀ, ପୋସ୍ତ, ମେଥି, ଗୋଟା ଧନିଅ ।, ଜାଇଫଳ, ଗୋଲମରିଚ, ଅଳେଇଚ, ଡାଲଚିନି, ତେନ୍ତୁଳି ରସ, ଧନିଅ । ପତ୍ର କଟା, ହଳଦି ଗୁଣ୍ଡ, ତେଲ ଓ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନକୁ ଭଲକରି ଧୋଇ ସେଥିରେ ଲୁଣ ହଳଦୀ ଗୋଳାଇ ରଖନ୍ତୁ । ଏବେ ପିଅ ।ଜକୁ ଚୁନା ଚୁନା କାଟନ୍ତୁ । କଡ଼େଇରେ ପୋସ୍ତ, ଶୁଖଲା ଲଙ୍କା, ପାନମଧୁରୀ, ପୋସ୍ତ, ମେଥି, ଗୋଟା ଧନିଅ।, ଜାଇଫଳ, ଗୋଲମରିଚ, ଅଳେଇଚ ଓ ଡାଲଚିନିକୁ ହାଲକା ଭାଜି ଗୁଣ୍ଡ କରି ରଖି ଦିଅନ୍ତୁ । ସେହିପରି ଅଦା, ରସୁଣ ଓ ନଡ଼ିଅ ।କୁ ଗ୍ରାଇଣ୍ଡିଂ କରି ରଖନ୍ତୁ ।
ଏବେ କଡ଼େଇରେ ତେଲ ଗରମ କରି ପିଅ ।ଜ ପକାଇ ଲାଲ୍ କରି ଭାଜନ୍ତୁ । ପିଅ ।ଜ ଲାଲ୍ ହୋଇଗଲେ ସେଥିରେ ଅଦା-ରସୁଣ-ନଡ଼ିଅ । ବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଓ ଲୁଣ ପକାଇ କଷନ୍ତୁ । ଏହା ପରେ ଚିକେନ ଓ ଗୁଣ୍ଡ କରିଥିବା ମସଲା ପକାଇ କମ୍ ଅ ।ଞ୍ଚରେ ସିଝିବା ଯାଏ ରାନ୍ଧନ୍ତୁା
previous post
next post