ଓଡିଶା

ମୋଟୁ ଠାରେ ମାଲ୍ୟବନ୍ତ ମହୋତ୍ସବ ଆରମ୍ଭ

(ମହାଭାରତ, ମାଲକାନଗିରି): ମାଲକାନଗିରି ଜିଲ୍ଲାର ଲୋକ ପର୍ବ ମାଲ୍ୟବନ୍ତ ମହୋତ୍ସବ ମୋଟୁ ଠାରେ ଆରମ୍ଭ ହୋଇଛି । ଏଠାରୁ ପବିତ୍ର ଜଳ ସଂଗ୍ରହ ବେଳେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀ, କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲା ମାଢୀ, ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଗୁଣନିଧୀ ନାଏକ ଉପସ୍ଥିତ ଥିଲେ । ମୋଟୁ ଠାରେ ପୂଜାର୍ଚ୍ଚନା କରାଯିବା ପରେ ମାଲ୍ୟବନ୍ତ ଉତ୍ସବ ପାଇଁ ଜଳ ସଂଗ୍ରହ କରାଯାଇଥିଲା । ବହୁ ମହିଳା କଳସ ଧରି ଜଳ ସଂଗ୍ରହ କରିଥିଲେ । ଚଳିତମାସ ୭ରୁ ୯ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଅନୁଷ୍ଠିତ ହେବ । ଦୁଇ ଦିନ ଧରି ପଲ୍ଲୀଶ୍ରୀ ମେଳା ଚାଲିବ । ଏହି ମହୋତ୍ସବରେ ହଜାର ହଜାର ଲୋକଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ଏଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

Related posts

ମହାପ୍ରଭୁଙ୍କ ବନକଲାଗି ନୀତି; ୪ଘଣ୍ଟା ସାଧାରଣ ଦର୍ଶନ ବନ୍ଦ 

mahabharatanews

କୋଟିପତି ବାବୁଙ୍କ ଗୋଦାମରେ ଚଢାଉ

mahabharatanews

ପିଲାଙ୍କୁ ବହି ବୁହାଇଲେ ସିଆରସିସି

mahabharatanews